Home ଓଡ଼ିଶା ଅଭିନବ ଉପାୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ବିଜେପିର ଜନସଚେତନତା

ଅଭିନବ ଉପାୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ବିଜେପିର ଜନସଚେତନତା

78

ବାଲିଗୁଡା,୩/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସାରା ବିଶ୍ବରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ଭାରତ ତଥା ଓଡିଶାରେ ମଧ୍ୟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇଛି ।ସଂକ୍ରମଣକୁ ପ୍ରତିହୁତ କରିବା ପାଇଁ ପ୍ରଶାସନ ଓ ବିଭିନ୍ନ ସଂଗଠନ ଜୋରସୋରରେ ଲାଗିପଡିଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ ସ୍ଲୋଗାନ କରୋନା ହାରିବ ଭାରତ ଜିତିବ ଏହାକୁ ଦୃଷ୍ଟିରେ ରଖି ବାଲିଗୁଡା ବିଜେପି ମଧ୍ୟ କରୋନା ଯୁଦ୍ଧରେ ସାମିଲ ହୋଇ ଆଗଧାଡିର ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହିତ ଭୋକିଲାଙ୍କୁ ଖାଦ୍ୟ,ମାକ୍ସ, ସାବୁନ, ସାନିଟାଇଜର ବାଣ୍ଟିବା ସହିତ ଜନସଚେତନତା ସୃଷ୍ଟି କରୁଛି ।ସାମାଜିକ ଦୂରତାରକ୍ଷା,ବାରମ୍ବାର ହାତ ଧୋଇବା, ମାକ୍ସ ବ୍ୟବହାର କଲେ ଏହି ବିଶ୍ବ ମହାମାରୀ କୋଭିଡ୧୯କୁ ସହଜରେ ମୁକାବିଲା କରିହେବ, ଏହି ପରିପ୍ରକ୍ଷରେ ଉପାନ୍ତ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଗଳିକନ୍ଦିରେ ବୁଝାଉଛି। ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ ବାଲିଗୁଡା ବିଜେପି ପକ୍ଷରୁ ଛତା ବ୍ୟବହାର କରି କିଭଳି ସାମାଜିକ ଦୂରତା ଅବଲମ୍ବନ କରିହେବ ସେନେଇ ସଚେତନ କରାଯାଇଥିଲାଅନ୍ୟମାନଙ୍କ ମଧ୍ୟରେ ବିଜେପିର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଞ୍ଜିତ ସାହୁ, ବାଲିଗୁଡା ମଣ୍ଡଳ ସଭାପତି ଦିବାକର ସାହୁ, ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ସମ୍ପାଦକ ରାମାନନ୍ଦ ଘଡେଇ, ସୁରେନ୍ଦ୍ର ପାତ୍ର, ମୁନ୍ନାରଥ, ଅନ୍ତର୍ଯ୍ୟାମୀ ବେହେରା, ଅଜୟ ସାହୁ ପ୍ରମୁଖ ଉପସ୍ଥିତ ରହି ବାଲିଗୁଡା ଏନଏସିର ବିଭିନ୍ନ ୱାର୍ଡ ବୁଲି ସଚେତନତା କରିଥିଲେ ।ବିଜେପିର ଏହିଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.