Home କେନ୍ଦୁଝର  ଅଭିନବ ଉପାୟରେ ଚାଲିଛି ମନରେଗା ଯୋଜନା ଲୁଟ

 ଅଭିନବ ଉପାୟରେ ଚାଲିଛି ମନରେଗା ଯୋଜନା ଲୁଟ

32

ହାଟଡ଼ିହି, ୬ । ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଅଭିନବ ଉପାୟମରେ ମନରେଗା ଯୋଜନାରେ ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ ହେଉଛି । ପ୍ରଥମେ ବିନା ସୁଚନା ଫଳକ ଓ ବିନା ଅନୁମତିରେ ମେସିନି ଲଗାଇ କାମ କରିସାରିବା ପରେ ଏହାକୁ ଅନୁମୋଦିତ କରିବା ସହ ଏହାର କୋଡିଂ କରାଯାଇ ବିଲ୍ କରିନେଇଯାଉଥିବା ଅଭିଯୋଗ ହେଉଛି । ଗୋଟିଏ ଗୋଟିଏ ପ୍ରକଳ୍ପ କାର୍ଯ୍ୟ କରାଯାଉଥିବାବେଳେ ଦୁଇ ଦୁଇଟି ପ୍ରକଳ୍ପର ବିଲିଂ କରାଯାଉଛି । ବର୍ତ୍ତମାନ କରୋନା ମହାମାରୀ ସମୟରେ ଶ୍ରମିକ ମାନଙ୍କୁ ଅଧିକ ଶ୍ରମ ଦିବସ ଯୋଗାଇଦେବା ସହିତ ସେମାନଙ୍କ ଆଥିକ ସ୍ଥିତିର ଉନ୍ନତି ପାଇଁ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ତାହା କରାନଯାଇ ସବୁ କାମକୁ ମେସିନି ଯୋଗେ କରାଯାଉଛି । ଶ୍ରମିକ ମାନଙ୍କ ଜବକାର୍ଡକୁ ଏଣ୍ଟ୍ରି କରାଯାଇ ସେମାନଙ୍କୁ ଶହେ ଦୁଇଶହ ହାତଗୁଞ୍ଜା ଦିଆଯାଇ ଅର୍ଥ ଉଠାଇ ନିଆଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମରୈଗାଁ ପଞ୍ଚାୟତରେ । ଏହି ପଞ୍ଚାୟତ ଅଧିନସ୍ଥ ବେତିରା ଗ୍ରାମର ହାଟୁଆ ପେଖରୀକୁ ବେଆଇନ ଭାବେ ଶୁଖାଇ ମେସିନି ଲଗାଇ ଖୋଳିବା ସହ ରାସ୍ତାଘାଟ ସବୁକୁ ମାଟି କାଦୁଅ କରି ପକାଇଛନ୍ତି । ଏକ ସରକାରୀ ପୋଖରୀକୁ ବିନା ଅନୁମତିରେ କିପରି ଶୁଖାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗୋରୁ ଗାଈ ମାନେ ପିଇବାକୁ ପାଣି ଟୋପାଏ ପାଇ ପାରୁ ନଥିବାବେଳେ ପୋଖରୀଟିକୁ କାହା ଇଙ୍ଗିତରେ ଶୁଖାଯାଇ ଖେଳା ଯାଇଛି ତାହାକୁ ନେଇ ପ୍ରଶ୍ନ ଉଠିଛି । ବର୍ତ୍ତମାନ ପୋଖରୀଟିକୁ ଖୋଳିଦେଇ ପରବର୍ତ୍ତୀ ସମୟରେ ଏହାକୁ ମନରେଗା ଯୋଜନାରେ ଭର୍ତ୍ତି କରାଯିବାକୁ ଯୋଜନା ହୋଇଥିବା ଆଲୋଚନା ହେଉଛି । ଏ ସମ୍ପର୍କରେ ବ୍ଲକ ଯନ୍ତ୍ରୀଙ୍କୁ ପଚାରିବାରେ ସେ ଏପରି କିଛି କାମର କାର୍ଯ୍ୟାଦେଶ ବ୍ଲକ ପକ୍ଷରୁ ବାହାରି ନଥିବା କହିଥିବାବେଳେ ଗ୍ରାମ ରୋଜଗାର ସେବକ ଏପରି କିଛି କାମ ହେଉନଥିବା କହିଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ନେଇ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.