Home ଜିଲ୍ଲା ପରିକ୍ରମା ଅବହେଳିତ ଅବସ୍ଥାରେ କୁମ୍ଭାରିଆ ଗ୍ରାମ୍ୟ ରାସ୍ତା, ଯାତାୟତରେ ନାନା ଅସୁବିଧାରେ ଲୋକେ

ଅବହେଳିତ ଅବସ୍ଥାରେ କୁମ୍ଭାରିଆ ଗ୍ରାମ୍ୟ ରାସ୍ତା, ଯାତାୟତରେ ନାନା ଅସୁବିଧାରେ ଲୋକେ

52

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଅଧିନ ବିକେବିଏମ୍ ରୋଡ୍ ଠାରୁ ଡାଳିମ୍ବଗଢିଆ ଭାୟା କୁମ୍ଭାରିଆ ଯାଇଥିବା ଆର୍‌-ଡି- ରାସ୍ତା ଅବହେଳିତ ଅବସ୍ଥାରେ ପଡି ରହିଛି। ଫଳରେ ପ୍ରତିଦିନ ଯାତାୟକ କରୁଥିବା ଲୋକ ମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ରାସ୍ତା ପୂର୍ବରୁ ସେଣ୍ଢତିରା ପଞ୍ଚାୟତ ଅଧିନରେ ଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ରାସ୍ତା ବିକେବିଏମ୍ ରୋଡ୍ ଠାରୁ ଆରମ୍ଭ ହୋଇ ରାଧାନଗର ପର୍ଯ୍ୟନ୍ତ ସଂଯୋଗ କରିଛି। ଗତ ୨ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥିଲା। ରାସ୍ତାର ନିର୍ମାଣ କାର୍ଯ୍ୟ ବିକେବିଏମ୍ ରୋଡ୍ ଠାରୁ ଆରମ୍ଭ ନହୋଇ ତାହା ରାଧାନଗର ପାଶ୍ୱର୍ରୁ ଆରମ୍ଭ କରାଯାଇଥିଲା। ଏବେ ବିକେବିଏମ୍ ରୋଡ୍ ଠାରୁ ଡାଳିମ୍ବଗଢିଆ ଛକ ପର୍ଯ୍ୟନ୍ତ ପ୍ରାୟ ୨କିମି ରାସ୍ତା ଖାଲଖମା ସହ କଦମାକ୍ତ ହୋଇ ଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟକରୁଥିବା ଯାତ୍ରୀଙ୍କ ସମସ୍ୟା ପାଲଟିଛି। ଏହି ରାସ୍ତା ଉପରେ କୁମ୍ଭାରିଆ, ତାଳପଦା, ବାଲିଗଢିଆ, ଡାଳିମ୍ବଗଢିଆ, ବିଞ୍ଝା, ରାଧାନଗର, ବରପଦା ଆଦି ଗ୍ରାମର ଶହ ଶହ ଲୋକ ନିର୍ଭର କରନ୍ତି। ଉକ୍ତ ରାସ୍ତା ବିଭିନ୍ନ ସ୍ଥାନକୁ ସୁଗମ ଥିବାରୁ କୁମ୍ଭାରିଆ-ବାଲିଗଢିଆ ଅଙ୍ଗନୱାଡି, ତାଳପଦା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଦୋଳପଦୀ ଓ ନିଳୋକ ହାଇସ୍କୁଲକୁ ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ଯାଇଥାନ୍ତି। ସେହିପରି ଏହି ରାସ୍ତା ଉପରେ ନିଳୋକ ରାଇସ୍ ମିଲ୍ ସଂପୂର୍ଣ୍ଣ ନିର୍ଭର କରୁଛି। ବିଭିନ୍ନ ସମୟରେ ମିଲକୁ ଧାନ ଗାଡି ଆସୁଥିବା ବେଳେ ଚାଉଳ ଗାଡି ବାହାରକୁ ଯାତାୟତ କରୁଛି। ବର୍ଷା ଦିନେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଅନ୍ୟପକ୍ଷରେ ଏହି ରାସ୍ତାରେ କୁମ୍ଭାରିଆ ମହାଦେବ ମନ୍ଦିର ଠାରୁ ଡ୍ରେନେଜ୍‌୍ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ନିଷ୍କାସନ ରେ ବାଧକ ସାଜୁଛି, ଫଳରେ ରାସ୍ତା ଉପରେ ପାଣି ଚାଲୁଥିବାର ଦେଖାଯାଇଛି। ଏହି ରାସ୍ତାର ମରାମତି ନେଇ ଅଞ୍ଚଳବାସୀ ମାନେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ଏହାର ନିର୍ମାଣ ହୋଇନି। ଉକ୍ତ ରାସ୍ତା ଏହି ଅଂଚଳପାଇଁ ମୁଖ୍ୟ ରାସ୍ତା ଥିବାରୁ ଏହାପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଠି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଙ୍କ ପକ୍ଷରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.