Home ଜିଲ୍ଲା ପରିକ୍ରମା ଅବସର ପ୍ରାପ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାଧ୍ୟମିକ ଓ ନିମ୍ନ ମାଧ୍ୟମିକ...

ଅବସର ପ୍ରାପ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାଧ୍ୟମିକ ଓ ନିମ୍ନ ମାଧ୍ୟମିକ ସଂଘ ଭଦ୍ରକ ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପେନସନ ପାଇଁ ଦାବୀ ପତ୍ର

24

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦୀର୍ଘ ୩୦ ରୁ ୩୫ ବର୍ଷ ଚାକିରି ପରେ ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀମାନେ ନିଜର ନ୍ୟାର୍ଯ୍ୟ ଦାବୀ ପେନସନ ପାଇଁ ସରକାରଙ୍କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ, ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ଣ୍ଣପାତ କରୁନାହାନ୍ତି । ବାର୍ଦ୍ଧକ୍ୟ ଯୋଗୁଁ ରୋଗରେ ପଡି ଔଷଧ କିଣିବାକୁ ନ ପାଇ ମୃତ୍ୟୁ ବରଣ କରିବାକୁ ବାଧ୍ୟ ହେଉଛନ୍ତି । ପେନସନ, ଗ୍ରାଚୁଇଟି, ପ୍ରଭିଡେଣ୍ଡ ଫଣ୍ଡ ସବୁଥିରୁ ବଞ୍ଚିତ ହେଉଛନ୍ତି । ୧୯୬୯ ଶିକ୍ଷା ଆଇନ ସରକାରୀ ଆଦେଶ ସଂଖ୍ୟା ୩୮୫୨୨/ଏସ୍‌ଏମ୍‌ଇ,୧୬/୧୨/୧୯୯୪ ଅନୁସାରେ ନୂତନ ଅନୁଦାନ ପ୍ରାପ୍ତ ମାଧ୍ୟମିକ ଓ ନିମ୍ନ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀମାନେ ପେନସନ ପାଇବାକୁ ଯୋଗ୍ୟ । ଉଚ୍ଚ ନ୍ୟାୟାଳୟ ଓ ଏହି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ ଏହିକି ଯେ ସରକାର କର୍ଣ୍ଣପାତ କରୁନାହାନ୍ତି । ଆଜି ଭଦ୍ରକ ଜିଲ୍ଲାର ୨୦୦ ରୁ ଅଧିକ ଅବସପ୍ରାପ୍ତ ଶିକ୍ଷକ ମାନେ ସଂଘ ସଂପାଦକ ଆମର କୁମାର୍ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ତତ୍ ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ସଭାପତି ସୁରେନ୍ଦ୍ର ମହାପାତ୍ର, ଉପସଭାପତି ଭଗବାନ ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, କାଶୀନାଥ ପୃଷ୍ଟି, ଶରତ କୁମାର ସାହୁ ଓ ବରିଷ୍ଠ ଓଷ୍ଠା ସଂପାଦକ ଶାନ୍ତନୁ କୁମାର ରାଉତ ଉଦ୍‌ବୋଧନ ଦେଇଥିଲେ । ପେନସନ ଯଦି ସରକାର ପ୍ରଦାନ ନ କରନ୍ତି ତେବେ ବିଧାନ ସଭା ସମ୍ମୁଖରେ ଧାରଣାରେ ବସିବେ ଓ ଆବଶ୍ୟକ ପଡିଲେ ଆତ୍ମାହୁତି ଦୋବକୁ ବାଧ୍ୟ ହେବେ ବୋଲି ଦାବୀ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.