Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ସିଡିଏମ୍‌ଙ୍କୁ ଛୁରା ମାଡ, ୨ ଅଟକ

ଅବସରପ୍ରାପ୍ତ ସିଡିଏମ୍‌ଙ୍କୁ ଛୁରା ମାଡ, ୨ ଅଟକ

20

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଏବେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ହୋଇପଡିଲାଣି । କେଉଁଠି ଦିନ ଦ୍ୱିପ୍ରହରରେ ବାଇକ୍ ଲୁଟେରା ମହିଳାଙ୍କ ବେକରୁ ଅଳଙ୍କାର ଲୁଟିଲାଣି ତ କେଉଁଠି ଚୋର ଏକାଧିକ ଲୋକଙ୍କ ଘର ସଫା କରିଦେଲାଣି । ଏମିତି ଗତକାଲି ଚୋରି ପରେ ଆଜି ଭୋର ସମୟରେ ଜଣେ ଅବସରପ୍ରାପ୍ତ ସିଡିଏମ୍‌ଙ୍କୁ ଛୁରା ମାଡ ହୋଇଛି । ଏଭଳି ଘଟଣା ଦେଖାଯାଇଛି ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଚାରିଘରିଆ ଅଂଚଳରେ । ଗତକାଲି ଦୃବୁର୍ତ୍ତମାନେ ଅବସରପ୍ରାପ୍ତ ସିଡିଏମ୍‌ଓ ରଘୁନାଥ ପାଢୀଙ୍କ ଘରୁ କିଛି ଟଙ୍କା ଓ ଗୋଟିଏ ହାତଘଣ୍ଟା ଚୋରି କରି ନେଇଥିଲେ । ଆଜି ଶ୍ରୀ ପାଢୀ ଭୋର ପ୍ରାୟ ୪.୩୦ ମିନିଟ୍‌ରେ ଉଠି ଠାକୁର ଘରର ଚାବି ଖୋଲୁଥିବା ବେଳେ ହଠାତ୍ ଜଣେ ଦୃର୍ବୁତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲା । ପରେ ଭୁଜାଲିରେ ଆକ୍ରମଣ କରିଥିଲା । ତାଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଆସି ପହଞ୍ôଚବାରୁ ଦୃବୁର୍ତ୍ତ ଜଣଙ୍କ ଫେରାର ହୋଇଯାଇଥିଲା । ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ପେଟ ସହିତ ଦେହର ବିଭିନ୍ନ ସ୍ଥାନର ୬ ଗୋଟି ସ୍ଥାନରେ କ୍ଷତ ଚିହ୍ନ ରହିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଖବର ପାଇ ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ସେଠାରେ ପହଞ୍ôଚ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ପୁଲିସ୍ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବାବେଳେ ଏହି ଘଟଣାରେ ସଂପୃକ୍ତ ଦୃବୁର୍ତ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବା ବୋଲି ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.