Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ପ୍ରଫେସର ମହମ୍ମଦ ଅବଦୁଲ ନବୀଙ୍କ ଦେହାନ୍ତରେ ଶୋକ

ଅବସରପ୍ରାପ୍ତ ପ୍ରଫେସର ମହମ୍ମଦ ଅବଦୁଲ ନବୀଙ୍କ ଦେହାନ୍ତରେ ଶୋକ

26

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଜଣେ ସୁନାମଧନ୍ୟ ଶିକ୍ଷାବିତ୍ ତଥା ଭଦ୍ରକ କଲେଜର ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ମହମ୍ମଦ ଅବଦୁଲ ନବୀଙ୍କର ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ନବୀ ଜଣେ ଅମାୟିକ, ବନ୍ଧୁବତ୍ସଳ ଓ ଆଦର୍ଶ ଶିକ୍ଷାବିତ୍ ଭାବେ କେବଳ ଭଦ୍ରକ ଜିଲା ନୁହେଁ ଓଡ଼ିଶାରେ ପରିଚିତ ଥିଲେ । ସେ ବହୁ ଅନୁଷ୍ଠାନ ସହିତ ଜଡିତ ଥାଇ ଭଦ୍ରକ ମହାବିଦ୍ୟାଳୟ ସ୍ୱୟଂଶାସିତ ହେବା ଦିଗରେ ତାଙ୍କର ଅବଦାନ ରହିଥିଲା । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏକ ପଲ୍ଲୀଶ୍ରୀ ବିଶ୍ୱବିଦ୍ୟାଳୟ ତଥା ଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ତାଙ୍କର ଉଦ୍ୟମ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା । ତାଙ୍କ ବିୟୋଗରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ନରେନ ପଲେଇଙ୍କ ସମେତ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକବ୍ୟକ୍ତ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.