ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଓ ଏନ୍ଏସି ଅଂଚଳରେ ଦେଶୀ ଓ ବିଦେଶୀ ମଦ ବେପାର ବଢିଚାଲିଥିବାବେଳେ ଏହାକୁ ରୋକ ଦେବାପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଯାଗାରେ ଚଢାଉକରି ମଦ ଜବତ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାବେଳେ ଗୁରୁବାର ଅବକାରୀ ଆରକ୍ଷୀ ଅଧିକ୍ଷକ ଭଦ୍ରକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶରେ ଧାମନଗର ଅବକାରୀ ବିଭାଗର ସ୍ଥାନୀୟ ଅଧିକାରୀ ଜଗନ୍ନାଥ ମିଶ୍ର, ୩ଜଣ ଏସ୍ଆଇ ଓ ୫ଜଣ କନେଷ୍ଟବଳ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ୧୨୫ଲିଟର ଦେଶୀ ମଦ ସହ ଗୋଟିଏ ଓଡ଼ି୦୧ ଏଏଫ ୨୫୧୭ ନଂ ହୋଣ୍ଡା ଆକ୍ଟିଭା ସ୍କୁଟି ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛନ୍ତି । ଧାମନଗର ବ୍ଲକ ଅଂଚଳର ଆଶିଷ ମହାନ୍ତିଙ୍କ ଠାରୁ ୯୫ଲିଟର ଦେଶୀ ମଦ ସହ ଧାମରନଗର ଏନ୍ଏସି ଅଂଚଳର ରାଧାରାଣୀ ଜେନାଙ୍କ ଠାରୁ ୧୦ଲିଟର ଓ ହରିହର ମୁଣ୍ଡାଙ୍କ ଠାରୁ ୬୦ଲିଟର ଦେଶିମଦ ଜବତ କରିଥିବା ଜଣାଯାଇଛି । ୩ଜଣ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଭଦ୍ରକ କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ୨ଜଣକୁ ଧାମନଗର କୋର୍ଟ ଚାଲାଣ କରିଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।