ବାଲିଗୁଡ଼ା, ୨୪/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ଶିକ୍ଷକଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ କରୋନା ଭୁତାଣୁ ସଂକ୍ରମଣ ନେଇ ସଚେତନ କରାଯିବାସହ ଶିକ୍ଷାଦାନ ମଧ୍ୟ କରାଯାଉଛି। ମହାମାରୀ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ। ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି। ଦିନକୁଦିନ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଥିବାବେଳେ ଗ୍ରାମାଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ପାଠପଢ଼ା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍ବାଗତ ଜଣାଇଛନ୍ତି। ସେପଟେ ଆମେ ପାଠ ପଢ଼ିବାସହ ମହାମାରୀ କରୋନା ସମ୍ବନ୍ଧରେ ଅଧିକ ସଚେତନ ହେବୁ ଏବଂ ଆମ ଅଞ୍ଚଳବାସୀଙ୍କୁ ମଧ୍ୟ ସଚେତନ କରାଇବୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ରେ ୬୫ ଟି କ୍ଲଷ୍ଟର ରେ ୧୩ଜଣ ଶିକ୍ଷକ ଗ୍ରାମାଞ୍ଚଳରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ଏଥିରେ ବାଲିଗୁଡ଼ା ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିଭିଷଣ ଭୋଇ, ଡାଟା ଏଣ୍ଟ୍ରି ଅପରେଟର ପ୍ରକାଶ ବେହେରା, ଶିକ୍ଷକ ମାନଙ୍କୁ ପୂର୍ଣ ସହଯୋଗ କରୁଥିବା ବିଷୟ ଶିକ୍ଷକ ତୀର୍ଥବାସୀ ଘଡ଼େଇ କହିଛନ୍ତି।
Home କନ୍ଧମାଳ ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ କରୋନା ସଚେତନତା ସହ...