ବାଲିଗୁଡ଼ା- ୧୬/୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – କନ୍ଧମାଳଜିଲ୍ଲା ବାଲିଗୁଡ଼ା ଏନଏସି ରେ ନିୟମିତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମେତ ଅନ୍ୟାନ୍ୟ କର୍ମଚାରୀ ଅନୁପସ୍ଥିତ କୁ ନେଇ କାଉନସିଲର ମାନେ କାର୍ଯ୍ୟଳୟରେ ତାଲା ପକାଇଛନ୍ତି।ବାଲିଗୁଡ଼ା ଏନଏସିରେ ବିଭିନ୍ନ କାର୍ଯ୍ୟନେଇ ଲୋକେ ଆସୁଥିବା ବେଳେ ବାରମ୍ବାର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡଙ୍ଗୀ କାର୍ଯ୍ୟଳୟରେ ରହୁନଥିବାରୁ କାର୍ଯ୍ୟରେ ବାଧା ଉପୁଜିଥିବା ଯୋଗୁଁ ସୋମବାର ଦିନ ଅପରାହ୍ଣରେ କାଉନସିଲର ମାନେ ଏନଏସି କାର୍ଯ୍ୟଳୟରେ ତାଲା ପକାଇଛନ୍ତି। ଏନଏସି କାର୍ଯ୍ୟନିର୍ବାହୀ ଅଧୀକାରୀ ସମେତ ହିସାବ ରକ୍ଷକ ଦେବାଶିଷ ମହାନ୍ତି, କାର୍ଯ୍ୟାଳୟ କର୍ମଚାରୀ ଜୀବନ ଜ୍ୟୋତି ପାତ୍ର, ମୁକେଶ ନାୟକ ଓ ଅନ୍ୟାନ କର୍ମଚାରୀ ମଧ୍ୟ ଅନୁପସ୍ଥିତ ସୋମବାର କାର୍ଯ୍ୟଳୟରେ ଦେଖିବାକୁ ମିଳିନଥିଲେ। ବିଭିନ୍ନ କାମ ନେଇ ଲୋକେ କାର୍ଯ୍ୟଳୟକୁ ବାରମ୍ବାର ବାରମ୍ବାର ଆସୁଥିଲେ ମଧ୍ୟ କାର୍ଯ୍ୟ ହୋଇ ପାରୁନଥିବା ନେଇ ଅତିଷ୍ଟ ହୋଇ ୧୦ନଂ କାଉନସିଲର ବରଦା ପ୍ରସନ୍ନ ମିଶ୍ର ୧୧ନଂ କାଉନସିଲର ନାରାୟଣ ଡାକୁଆ, ୧୩ନଂ କାଉନସିଲର ଜୟନ୍ତୀ ଜେନା ଏନଏସି କାର୍ଯ୍ୟଳୟ ଫାଟକ କୁ ତାଲା ପକାଇଛନ୍ତି। ସମସ୍ୟା ର ସମାଧାନ ନହେବା ପର୍ଯ୍ୟନ୍ତ ଓ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଲା ପଡିବ ଏବଂ ଗ୍ରାମବାସୀ ଙ୍କ ସମେତ ସମସ୍ତ କାଉନସିଲର ତାଜରାସ୍ତା କୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ତିନି କାଉନସିଲର ଏନେଇ ବାଲିଗୁଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧୀକାରୀ ଜୟଦେବ ଷଡଙ୍ଗୀଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ବାଲିଗୁଡ଼ାରେ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ।