ରାୟଗଡ଼ା,୧୭/୧୦,(ଓଡ଼ିଆ ପୁଅ ପି ନାଏକ): ଗତକାଲି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜଣେ ରୋଗିଙ୍କୁ ହସ୍ପିଟାଲ ନେବା ସମୟରେ ଅଧା ବାଟରେ ଆମ୍ବୁଲାନ୍ସ ଚକା ପଂକଚର ହେବାରୁ ରୋଗୀଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ, କରବା ଗାଁର ସୋମନାଥ ବିଦିକାଙ୍କ ପତ୍ନୀ କଲ୍ୟାଣୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଫଳରେ ତାଙ୍କ୍କୁ ମେଡିକାଲ ନେବା ପାଇଁ ପରିିିିବାର ଲୋକେ ଆମ୍ଵୁଲାସକୁ ଡ଼କାଇଥିଲେ । ପରେ ଆମ୍ବୁଲାନ୍ସ ଉଚିତ ସମୟରେ ଆସି ପହଞ୍ଚିଥିଲା । ହେଲେ ମେଡିକାଲ ଠାରୁ ପ୍ରାୟ ୫ କିମି ଦୂରରେ ଆମ୍ଵୁଲାନ୍ସ ଚକା ପଂକଚର ହୋଇଯାଇଥିଲା । ଏହାରି ଭିତରେ ଆଉ ଏକ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା । ଯାହା ୧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା । ପରେ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।