Home ଜିଲ୍ଲା ପରିକ୍ରମା ଅଣ ଆନୁଷ୍ଠାନିକ ସେବାଯତ୍ନରେ ଶିଶୁଙ୍କ ଥଇଥାନ ଦିଗରେ ଉତ୍କର୍ଷ

ଅଣ ଆନୁଷ୍ଠାନିକ ସେବାଯତ୍ନରେ ଶିଶୁଙ୍କ ଥଇଥାନ ଦିଗରେ ଉତ୍କର୍ଷ

36

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକ ଆନୁକୂଲ୍ୟରେ ଅଣ ଆନୁଷ୍ଠାନିକ ସେବା ଯତ୍ନ ଅନ୍ତର୍ଗତ ଯୋଜନାରେ ଶିଶୁଙ୍କ ଥଇଥାନ ଦିଗରେ ଉତ୍କର୍ଷ ଶୀର୍ଷକ କର୍ମଶାଳା ସୀତାରାମ କଲ୍ୟାଣ ମଣ୍ଡପ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଅଣ ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକଙ୍କ ସମେତ ସଂଯୋଗର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟା ସିଂ ବିଷୟ ବିଷାରଦ ଏଲ୍‌.ଡ଼ବ୍ଲୁ.ବି.ର ନିର୍ଦ୍ଦେଶକ ଅନୁପମ ସରକାର, ଶିଶୁ ମଂଗଳ କମିଟି ସଦସ୍ୟ ନବୀନ ଚନ୍ଦ୍ର ସାହୁ ପ୍ରମୂଖ ଯୋଗଦାନ କରିଥିଲେ । ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଯତ୍ନ ସମ୍ବନ୍ଧରେ ପୋଷ୍ୟାଗ୍ରହୀ ପିତାମାତାଙ୍କୁ ପରାମର୍ଶ ଦିଆଯାଇଥିଲା । ପ୍ରତ୍ୟେକ ଶିଶୁର ଅଧିକାର ପରିବାର ମଧ୍ୟରେ ସାମିଲ ହେବା ଏବଂ ତାହା ସ୍ଥାୟୀ କୃତ ହେବା ଆବଶ୍ୟକ । ମଞ୍ଚ ଆହ୍ୱାନ ଆଇନ ଅଧିକାରୀ ଶ୍ରୀ ଦାସ ପ୍ରଦାନ ବେଳେ ପ୍ରାରମ୍ଭିକ ସୂଚନା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାନ୍ତି ପ୍ରଦାନ କରିଥିଲେ । ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରତ୍ୟେକ ଅଭିଭାବକ ଆଇନର ଦିଗ ପ୍ରତି ଯଥେଷ୍ଟ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟଅତିଥି ନିଜ ଅଭିଭାଷଣରେ ପ୍ରତିପାଳନ ଯତ୍ନ ପାଇଁ ଅଣଆନୁଷ୍ଠାନିକ ଦିଗରେ ଶିଶୁଙ୍କ ପାଇଁ ପରିବାର ମୁଖ୍ୟ ଆଶ୍ରୟ ସ୍ଥଳ ବୋଲି ବିବେଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସମସ୍ତ ସି.ଡ଼ି.ପି.ଓ., ଆଶାକର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ଅଙ୍ଗନାବାଡ଼ି କର୍ମୀ, ଶିଶୁ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବ୍ଲକ୍‌ରୁ ନିଃସନ୍ତାନ ଦମ୍ପତ୍ତି ପ୍ରମୂଖ ଅଂଶଗ୍ରହଣ କରିଥିଲେ । ଏଲଡ଼ବଲୁ ବିର କର୍ମକର୍ତ୍ତା ଅବିନାଶ ମଣ୍ଡଳ, ଅନ୍ତରାବିଶ୍ୱାସ ସମେତ ଶିଶୁ ସୁରକ୍ଷାବିଭାଗର ଦମୟନ୍ତୀ ଦାଶ, ବିଶ୍ୱ ନାରାୟଣ ପଣ୍ଡା, ମହେଶ ଚନ୍ଦ୍ର ଦାଶ, ଚିନ୍ମୟ ପଣ୍ଡା, ଶିଶୁ ମଂଗଳ କମିଟିର ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.