Home ଜିଲ୍ଲା ପରିକ୍ରମା ଅଢାଳପଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଅଢାଳପଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ

22

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତର ଅନ୍ୟତମ ପୂରାତନ ଅଢାଳପଙ୍କ ସାର୍ବଜନୀନ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ସଭା, ପ୍ରତିଭା ସମ୍ବର୍ଦ୍ଧନା ଓ ବାଦିପାଲା ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ମଙ୍ଗଳବାର ରାତ୍ରରେ ଆୟୋଜିତ ସଭାକୁ ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ ପୌରହିତ୍ୟ କରିଥିଲେ । ଏଥିରେ ଗାୟକ କବି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଆଦର୍ଶ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ପୂଜା କମିଟିର ବରିଷ୍ଟ ସଦସ୍ୟ ନିରଞ୍ଜନ ପଣ୍ଡା,ସ୍ତମ୍ବକାର ସୁବୋଧ କୁମାର ସାହୁ, ଶିକ୍ଷକ ରମାକାନ୍ତ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏଠାରେ ପାଳିତ ହୋଇ ଆସୁଥିବା କାଳୀ ପୂଜାର ମହାନ ପରମ୍ପରା ଉପରେ ଆଲୋକପାତ କରିଥିଲେ । କଳା ସଂସ୍କୃତିକୁ ଉଦ୍‌ଜିବୀତ କରି ରଖିବା ପାଇଁ ବାଦିପାଲା ଏଠାରେ ପ୍ରସିଦ୍ଧି ଲାଭ କରିଛି ବୋଲି କହିଥିଲେ । ଏହି ଅବସରରେ ଗାୟକ ବାବାଜୀ ଜେନା, ସାମ୍ବାଦିକ ହେମନ୍ତ ସିଂହ, ପତଞ୍ଜଳୀ କରଶର୍ମା, ଅକ୍ଷୟ ନାରାୟଣ ଦାସଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ପୂଜା କମିଟି ସଭାପତି ସୋମନାଥ ମହାରଣା, ଉପ-ସଭାପତି ଜଗନ୍ନାଥ ପଣ୍ଡା, ସନାତନ ମହାରଣା, ସୁଧାକର ତ୍ରିପାଠୀ, ଜଗନ୍ନାଥ ପରିଡ଼ା, ଭାସ୍କର ବିଶ୍ୱାଳ, ମୀନକେତନ ବିଶ୍ୱାଳ, ମନ୍ମଥ କୁମାର ପଣ୍ଡା, ଯଶୋବନ୍ତ ପଣ୍ଡା, ସଞ୍ଜୟ ସନ୍ଧି ବିଗ୍ରହ, ଭାଷ୍କର ଚନ୍ଦ୍ର ମିଶ୍ର, ଲକ୍ଷ୍ମୀନାରାୟଣ ଦାଶ, କୋଦଣ୍ଡ ଧର ଯେନା, ସନାତନ ଯେନା, କୃପାସିନ୍ଧୁ ଖିଲାର, ନକୁଳ ଚନ୍ଦ୍ର ଯେନା, ରତିକାନ୍ତ ଜେନା ଓ ସରୋଜ କୁମାର ରାଉତ ସମେତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ପୂଜା ଚଳିତ ବର୍ଷ ୩୬ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହା ୫ ଦିନ ଧରି ପାଳନ କରାଯିବ । ପୂଜା ପାଇଁ ଠାକୁର, ପାଶ୍ୱର୍ ଦେବାଦେବୀ ଓ ନରରାକ୍ଷସ ସହ ବିଭିନ୍ନ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଥିବା ବେଳେ କାଳୀ ପଡ଼ିଆକୁ ଆଲୋକ ମାଳାରେ ସଜା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.