ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୨୨ ନଂ ଜିଲ୍ଲାପରିଷଦ ଜୋନ ବୈତରଣୀ ନଦୀକୂଳ ଗ୍ରାମୁଡିକର ସମସ୍ୟା ସମାଧାନ ପାଇଁ ସଂପୃକ୍ତ ଅଞ୍ଚଳର ଲୋକେ ବିଜେପି ସୁବର୍ଣର୍ମୁଖି ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ନେତୃତ୍ୱରେ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ବଳିପୁର-ଝୁଟୁଣା ବୈତଣୀ ନଦୀ କୂଳକ୍ଷୟ ରୁ ଗ୍ରାମଗୁଡିକୁ ସୁରକ୍ଷା ଦେବା, ବଳିପୁର ରେଳ ଓଭର ବ୍ରିଜ ନିର୍ମାଣ ସହ ଅନ୍ୟାନ୍ୟ ଉତ୍କଟ ସମସ୍ୟା ସମାଧାନ ପାଇଁ ଶ୍ରୀ ସାହୁଙ୍କ ନେତ୍ୟତ୍ୱରେ ଶୁଭ୍ରଜିତ ପଣ୍ଡା, ଲଳିତ ମୋହନ ଜେନା ପ୍ରମୁଖ ରାଜଭବନରେ ରାଜ୍ୟପାଳଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ବଳିପୁର ସ୍କୁଲ ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟପାଳଙ୍କୁ ଶ୍ରୀ ସାହୁ ନିମନ୍ତ୍ରଣ କରିଥିବା ଜଣାଯାଇଚି । ରାଜ୍ୟପାଳ ଦାବିଗୁଡିକ ସମ୍ପର୍କରେ ଅବଗତ ହେବା ସହ ସେଗୁଡିକର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିଲେ । ଏହି ସାକ୍ଷାତକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ସାମଧାନ ଆଶା ସଞ୍ଚାର ହୋଇଛି ।