Home ଜିଲ୍ଲା ପରିକ୍ରମା ଅଗ୍ନିବିପନ୍ନଙ୍କୁ ଡାକ୍ତରଙ୍କ ସହାୟତା

ଅଗ୍ନିବିପନ୍ନଙ୍କୁ ଡାକ୍ତରଙ୍କ ସହାୟତା

19

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ କଷଟି ଗ୍ରାମରେ ବଜ୍ରପାତ ଘଟିଯାଇଥିବା ଅଗ୍ନିକାଣ୍ଡରେ ଅଗ୍ନିବିପନ୍ନ ପରିବାରଙ୍କୁ ଯୁବ ସମାଜସେବୀ ଡାକ୍ତର ସଂଜୟ ଦାସ ସହାୟତା ପ୍ରଦାନ କରିଛନ୍ତି । ସମାଜସେବୀ ଡା. ଦାସ ସୋମବାର କଷଟି ଗ୍ରାମର ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ôଚ ସେମାନଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥି ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିବେ ବୋଲି ଅଗ୍ନି ବିପନ୍ନଙ୍କୁ ଡା. ଦାସ ପ୍ରତିଶ୍ରୁତି ଦେଇଥିଲେ । ଏହି ସହାୟତା ପ୍ରଦାନ ବେଳେ ସମିତିସଭ୍ୟ ପ୍ରତିନିଧି ଅନୀଲ କୁମାର ନାୟକ, ଯଶୋବନ୍ତ ସାମଲ, କୃଷ୍ଣ ଚନ୍ଦ୍ର ପତି ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.