Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ୩ବଖରା ଗୃହ ଭସ୍ମିଭୁତ

ଅଗ୍ନିକାଣ୍ଡରେ ୩ବଖରା ଗୃହ ଭସ୍ମିଭୁତ

34

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ତହସିଲ ଅଧିନ ବି.ଟି.ପୁର ପଞ୍ଚାୟତସ୍ଥ ରାଉତରାପୁର ଗ୍ରାମରେ ଅଗ୍ନୀକାଣ୍ଡ ଘଟି ୩ ବଖରା ଗୃହ ସମେତ ୨ଟି ନଡ଼ାଗଦା ଏବଂ ଗୋଟିଏ ପାଳଗଦା ଜଳିପୋଡ଼ି ପାଉଁଶ ହୋଇଯାଇଛି । ଆଜି ମଧ୍ୟାହ୍ନରେ ଏହି ଅଗ୍ନୀକାଣ୍ଡ ଘଟିଥିବା ବେଳେ ଗ୍ରାମର ଉମାକାନ୍ତ ସାହୁଙ୍କ ୩ ବଖରା ଗୃହ ସଂପୂର୍ଣ୍ଣ ଜଳି ଯାଇଛି । ଅଗ୍ନୀକାଣ୍ଡ ଯୋଗୁଁ ଘରେ ଥିବା ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏଥିସହ ପାଶ୍ୱର୍ରେ ଥିବା ରବି ସାହୁଙ୍କ ନଡ଼ା ଓ ପାଳଗଦା ପୋଡ଼ି ଯାଇଛି । ଖବରପାଇ ଆଗରପଡ଼ାରୁ ଦମକଳ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ କରିଥିଲା । ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସପନ ସିଂହ, ପୂର୍ବତନ ସରପଞ୍ଚ ବାସନ୍ତି ମହାପାତ୍ର, ଚିନ୍ମୟ ମହାପାତ୍ର, ନାଏବ ସରପଂଚ ରମାକାନ୍ତ ବାରିକ, ୱାର୍ଡ଼ ସଭ୍ୟା ପ୍ରମିଳା ଦେହୁରି, ଯୁବନେତା ବିପିନ ଖଟୁଆ ପ୍ରମୁଖ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ବିପନ୍ନ ପରିବାରଙ୍କୁ କ୍ଷତି ପୂରଣ ସହ ପକ୍କା ଗୃହ ଯୋଗାଇ ଦେବା ନେଇ ତହସିଲ କତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ସରପଞ୍ଚ ପ୍ରତିନିଧି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.