Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ମହିଳା ଆହତ

ଅଗ୍ନିକାଣ୍ଡରେ ମହିଳା ଆହତ

26

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଷ୍ଣୁପୁର ବଡବ୍ରାହ୍ମଣସାହି ଗ୍ରାମରେ ଶନିବାର ଅପରାହ୍ନ ପ୍ରାୟ ୫.୩୦.ମି ସମୟରେ ଅଗ୍ନିକାଣ୍ଡ ହୋଇ ଜଣେ ମହିଳା ଆହିତ ହୋଇଥିବା ଜଣାଯାଇଛି । ବିଦ୍ୟୁତ ସଟସର୍କିଟ ଯୋଗୁ ଗ୍ରାମର କେଶବ ଶତପଥି ଘରେ ନିଆଁ ଲାଗିଯାଇଥିଲା । କେଶବଙ୍କ ପତ୍ନୀ ପଦ୍ମିନୀ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ପିଠିରେ ନିଆଁ ପଡି ଆହତ ହୋଇଥିଲେ । ସୂଚନା ପାଇ ଭଣ୍ଡାରିପୋଖରୀରୁ ଦମକଳ ଆସି ଅଗ୍ନିକୁ ଆୟତ୍ତ କରିଥିଲା । ଏଥବରେ ଗୋଟିଏ ବଖରା ଘର ପୋଡିଯାଇଥିବା ଜଣାଯାଇଛି । ଆହତଙ୍କୁ ଭଦ୍ରକ ମୁଖ୍ୟଡାକ୍ତରଖାନାକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.