Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡ଼ିଗଲା

ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡ଼ିଗଲା

36

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ତହସିଲ ଅଧିନସ୍ଥ ବୋଡ଼କପାଟଣା ଠାରେ ଆଜି ସକାଳେ ଅଗ୍ନୀକାଣ୍ଡ ଘଟି ତିନି ପରିବାରର ୭ ବଖରା ଗୃହ ପୋଡ଼ି ଯାଇଛି । ଗ୍ରାମର ଲତିକା ସ୍ୱାଇଁ, ସରସ୍ୱତୀ ସ୍ୱାଇଁ ଓ ବାବାଜୀ ସ୍ୱାଇଁଙ୍କ ଘରେ ଏହି ଅଗ୍ନୀକାଣ୍ଡ ଘଟିଥିବା ବେଳେ ଆସବାଦପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଆଗରପଡ଼ାରୁ ଦମକଳ ଯାଇ ଗ୍ରାମବାସୀଙ୍କ ସହଯୋଗରେ ନିଆଁ କୁ ଆୟତ କରିଥିଲେ । ଏହି ଅଗ୍ନୀକାଣ୍ଡ ବିଦ୍ୟୁତ୍ ସଟ୍‌ସର୍କିଟ୍ ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି । ଖବରପାଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ବିପନ୍ନ ପରିବାରଙ୍କୁ ଭେଟି ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ସୁବ୍ରତ ଦାସ, ବ୍ଲକ ସଭାପତି ରାଜ କିଶୋର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ସମବେଦନା ଜଣାଇଥିବା ବେଳେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରଦତ୍ତ ପଲିଥିନ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.