Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

28

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଦୋବଲ ପଂଚାୟତ ନନ୍ଦିପୁର ଗ୍ରାମର ଅଶୋକ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ତାଙ୍କର ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ରାତି ପ୍ରାୟ ସାଢେ ୧୧ଟା ସମୟରେ ବିଦ୍ୟୁତ ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ପରିବାର ଲୋକ ଶୋଇ ପଡିବା ପରେ ନିଆଁ ଲାଗିଯିବାରୁ ତାଙ୍କର ସମସ୍ତ ଗୃହ ଆସବାପତ୍ର ପୋଡି ଭସ୍ମୀଭୂତ ହୋଇଯାଇଛି । ଖବରପାଇ ଧାମନଗର ଦମକଳ ବାହିନୀ ଘଟଣା ସ୍ଥଳେ ପହଂଚି ନିଆଁକୁ ଆୟତ କରିଥିଲେ । ଆଜି ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳେ ପହଂଚି କ୍ଷୟକ୍ଷତିର ଆକଳନ କରିବା ସହିତ ପଲିଥିନ ଯୋଗାଇ ଦେଇଛନ୍ତି । ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.