Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ଆଇନ୍‌ଜୀବୀ ଉନ୍ନୟନର ଜିଲା ସମ୍ମିଳନୀ

ଅଖିଳ ଭାରତୀୟ ଆଇନ୍‌ଜୀବୀ ଉନ୍ନୟନର ଜିଲା ସମ୍ମିଳନୀ

20

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ଆଇନ୍‌ଜୀବୀ ଉନ୍ନୟନର ଜିଲା ସମ୍ମିଳନୀ ଆଜି ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାପୂର୍ବରୁ ଏହାର ପତାକାକୁ ସଂଘର ସଭାପତି ସନ୍ତୋଷ କୁମାର ନାୟକ ଉତ୍ତୋଳନ କରିଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରାଯିବା ପରେ ସଭାପତି ଶ୍ରୀ ନାୟକ ପୌରୋହିତ୍ୟରେ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ ଓକିଲ ସଂଘର ସଭାପତି ତଥା ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା । ଓକିଲ ସଂଘ ସଂପାଦକ ଦିବ୍ୟସିଂହ ନାୟକ, ଏଆଇଏଲ୍‌ୟୁର ରାଜ୍ୟ ସଭାପତି ତଥା ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ବରିଷ୍ଠ ଅଧିବକ୍ତା ଲକ୍ଷ୍ମୀଧର ପଙ୍ଗାରି, ରାଜ୍ୟ ସଂପାଦକ ଦୀପକ ମହାପାତ୍ର, ପ୍ରଫୁଲ୍ଲ ପାଢୀ, ପବନ ଶର୍ମା, ବିଷ୍ଣୁ ଦାଶ, ଜଇନୁଲ ଆବେଦିନ, ପାର୍ଥସାରଥୀ ପଣ୍ଡା, ବିନୋଦ ସାହୁ, ଜାମିଲି ଅହେମ୍ମଦ, ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଅଧିବକ୍ତାମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏବଂ ପ୍ରଥମେ ଦେଶର ଆଜାଦି ଆନ୍ଦୋଳନ ଜାତିର ପିତା ମହାତ୍ମା ଗାନ୍ଧି, ପଣ୍ଡିତ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଉତ୍କଳ ଗୌରବ ମଧୁସୂଦନ ଦାସ ଆରମ୍ଭ କରିଥିଲେ । ଆଜ ଦିନରେ ଆମ ସଂସଦ, ସମ୍ବିଧାନ, ବିଚାରାଳୟ, ସମ୍ବାଦପତ୍ର ସବୁଠି ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ସଂସଦ ପରିସରରେ ବିରୋଧୀ ଦଳର ସଭ୍ୟ ଭାବେ, ନିର୍ବାଚିତ ସାଂସଦ ଭାବେ ଆଲୋଚନା କରିବା ପାଇଁ ସୁଯୋଗ ପାଇବାରୁ ବଂଚିତ, କଥା କହିବାର ଅଧିକାର ଉପରେ ଆକ୍ରମଣ କରାଯିବା, ସମ୍ବାଦପତ୍ର ଗୁଡିକର ନିରପେକ୍ଷତା ଅବଲମ୍ବନ କରିବା ଉପରେ ଆକ୍ରମଣ କରାଯିବା ଘଟଣାକୁ ନିନ୍ଦା କରିବା ସହ ଆନ୍ଦୋଳନ ମଣିଷର ଜନ୍ମଗତ ଅଧିକାର । ଆଜି ତା ଉପରେ ରୋକ୍ ଲଗାଯାଇଥିବାରୁ ଦେଶରେ ଗଣତନ୍ତ୍ର ଉପରେ ବିପଦ ଦେଖାଦେଇଛି । ଆମ ଦେଶରେ ସଂସଦ, ସମ୍ବିଧାନ, ବିଚାରାଳୟ, ସମ୍ବାଦପତ୍ର ଉପରେ ଆକ୍ରମଣ କରାଯିବା ଯୋଗୁଁ ସିଏଏ, ଏନଆରସି ଆଇନ୍ ଆସୁଛି । ତା ବିରୋଧରେ ଆଇନ୍‌ଜୀବୀମାନେ ଏକ ହେବା ପାଇଁ ଦିବ୍ୟସିଂହ ନାୟକ, ରାଧା ଦାସ, ପ୍ରତାପ ସେଠୀ, ପବନ ଶର୍ମା, ବିଷ୍ଣୁ ଦାଶ, ପ୍ରଫୁଲ୍ଲ ପାଢୀ ପ୍ରମୁଖ ନିବେଦନ କରିଥିଲେ । ଶେଷରେ ଆଗାମୀ ବର୍ଷ ପାଇର୍ ଏକ ଜିଲା କମିଟି ଗଠନ କରାଯାଇଛି । ସଭାପତି ଭାବେ ସନ୍ତୋଷ କୁମାର ନାୟକ ଓ ସଂପାଦକ ଭାବେ ରାଧା ଦାସ ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.