ଟିଟିଲାଗଡ଼ ୨୨-୫ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ୬ ଜଣ ଗୁରୁତର ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ରହିଛନ୍ତି। ଏପରି କ୍ରମାଗତଭାବେ ଅଂଶୁଘାତର ଶିକାର ହୋଇ ଆଖ, ପାଖ ଅଞ୍ଚଳରୁ ଅନେକ ସଂଖ୍ୟାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରହୁଥିବା ବେଳେ ଉକ୍ତ ଅକ୍ରାନ୍ତଙ୍କୁ ଶୀତ୍ତତାପ ନିୟନ୍ତ୍ରିତ କୋଠରୀ ତ ଦୂରର କଥା ଖଣ୍ଡେ ବେଡ଼ସିଟ ବି ନାହିଁ। ଏପରିକି ଓ ଆର ଏସ ପରି ଗୁରୁତ୍ୱପୂର୍ଣ୍ଣ ଦ୍ରାବନ ବି ପ୍ରଦାନ କରାଯାଉନି । ଡାକ୍ତରଙ୍କ ପରାମର୍ଶ ସତ୍ୱେ କିଛି ନିର୍ଦ୍ଦିଷ୍ଟ ସଲାଇନ ଓ ଔଷଧ ଦେଇ ଭଗବାନଙ୍କ ଭରସାରେ ଛାଡି ଦିଆଯାଉଛି। ଫଳରେ ଉକ୍ତ କକ୍ଷର ମାତ୍ର ଗୋଟିଏ କୁଲର ଓ ସେଥିରେ ପାଣି ଅଭାବ ଯୋଗୁଁ ସ୍ଥିତି ଅତ୍ୟନ୍ତ ଦୁଃଖଦ ଅବସ୍ଥାରେ ରହିଛି। ଡାକ୍ତରଖାନାର ଏପରି ଅବ୍ୟବସ୍ଥା ଯୋଗୁଁ ବିଷ୍ଣୁ ଚରଣ ନାୟକ ନାମକ ଜଣେ ଅକ୍ରାନ୍ତ ତାଙ୍କ ନିଜ ଘରକୁ ସପରିବାର ନିଜ ଘରକୁ ଫେରି ଯାଇ ବୁର୍ଲାକୁ ଚିକିତ୍ସା ପାଇଁ ଚାଲିଯାଇଛନ୍ତି। ଏ ଦିଗରେ ତୁରନ୍ତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।

