ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଉଦୟୀମାନ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ୬୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ନିଧନରେ ସହରର ବହୁ ବିଜେପି ନେତା ଗଭୀର ଶୋକ ପ୍ରକଟ କରିଛନ୍ତି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ବିଜେପିର ବରିଷ୍ଠ ନେତା ନିହାର ରାୟ, ପ୍ରମିଳା ଦାଶ, ଜଗବନ୍ଧୁ ବେହେରା, ଧୀରେନ ସେନାପତିଙ୍କ ସମେତ ବିଜେପିର ବହୁ ନେତା ଶୋକ ପ୍ରକଟ କରିବା ସହିତ ତାଙ୍କୁ ଗଭୀର ଶ୍ରଦ୍ଧାଜଂଳି ଜ୍ଞାପନ କରିଛନ୍ତି। ସେହିଭଳି ବିଜେଡ଼ି ଓ କଂଗ୍ରେସର ବହୁ ନେତା ସୁଷମାଙ୍କ ବିୟୋଗରେ ମର୍ମାହତ ଅଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ଜର୍ଜ ତିର୍କୀ, ବୀରେନ ସେନାପତି, ପ୍ରଶାନ୍ତ ସେଠୀ, ଦିଲୀପ ରାୟ, ରାଉରକେଲାର ପୂର୍ବ ବିଧାୟକ ପ୍ରଭାତ ମହାପାତ୍ରଙ୍କ ବହୁ ନେତା ଓ ବିଭିନ୍ନ ଦଳର କର୍ମୀମାନେ ସୁଷମାଙ୍କ ପରଲୋକରେ ଶୋକ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରିଛନ୍ତି।








