Home Top News ସାଉଦି ଆରବ ପ୍ରବାସୀ ଓଡ଼ିଆ ସଂଗଠନ କଳିଂଗନ କେଏସଏର ୭ମ ବାର୍ଷିକ ଉତ୍ସବ ଦମାମ ସହରରେ...

ସାଉଦି ଆରବ ପ୍ରବାସୀ ଓଡ଼ିଆ ସଂଗଠନ କଳିଂଗନ କେଏସଏର ୭ମ ବାର୍ଷିକ ଉତ୍ସବ ଦମାମ ସହରରେ ମହା ସମାରୋହରେ ପାଳିତ

38

ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ “କଳିଂଗନ କେଏସଏ” ଏହାର ୭ମ ବାର୍ଷିକ ଉତ୍ସବ ଚଳିତ ମାସ ୨୨ ତାରିଖରେ ସୁଦୂର ସାଉଦି ଆରବର ଦମାମ ସହରରେ ମହା ସମାରୋହରେ ପାଳିତ ହୋଇଛି। ଓଡ଼ିଆ ସିନେ ତାରକା  ସ୍ୱରାଜ ବାରିକ ଓ ସୁନାମଧନ୍ୟା କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅଥିତି ଭାବେ ଯୋଗ ଦେଇ ଉପସ୍ଥିତ ବିଶାଳ ଜନ  ସମାବେଶକୁ ତାଙ୍କ ଅଭିନୟ ଓ ସଂଗୀତର ଯାଦୁରେ ଝୁମେଇଥିଲେ। ଦମାମ ହେରିଟେଜ ଭିଲେଜର  ସୁଦୃଶ୍ୟ  ସାଜସଜା ଉପସ୍ଥିତ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର  ସୁନାମଧନ୍ୟ ଶିଳ୍ପପତି ଉତ୍କଳ ଜ୍ୟୋତି ଡକ୍ଟର ଦେବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ  ପ୍ରାଚୀନ କଳିଙ୍ଗର ବୀର ଗାଥା ତଥା ଗୌରବଶାଳୀ ଇତିହାସକୁ ମନେ ପକାଇ ଓଡ଼ିଆ ଜାତିର ପ୍ରଗତି ନିମିତ୍ତ ଆହ୍ୱାନ ଦେଇଥିଲେ। କଳିଙ୍ଗନ ସଂଗଠନର କୋର କମିଟିର ସଦସ୍ୟ ମାନଙ୍କର ଅବିଶ୍ରାନ୍ତ ଯୋଗଦାନ ଯୋଗୁ ଉକ୍ତ ବାର୍ଷିକ ଉତ୍ସବ  ସଫଳ ହୋଇଛି। କଳିଂଗନର କୁନି କୁନି ଓ ବଡ  କଳାକାର ମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ, ଗୀତ ଓ ହାସ୍ୟ ଅଭିନୟ ଉପସ୍ଥିତ ଦର୍ଶକ ମାନଙ୍କୁ  ଅଭିଭୂତ କରିଥିଲା। କଳିଙ୍ଗନର ମୁଖ୍ୟ ସଂଯୋଜକ  ଶ୍ରୀମାନ ରଞ୍ଜନ ରଥ ଓ କଳିଂଗନ କୋର କମିଟିର ସଦସ୍ୟ ଶ୍ରୀମାନ ଜ୍ୟୋତିର୍ମୟ ଦାଶ ମଂଚ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ସାଂସ୍କୃତିକ  ସଂଯୋଜକ ଶ୍ରୀମାନ ପ୍ରୀତମ ମହାନ୍ତିଙ୍କ ସହଯୋଗରେ କଳିଂଗନ ମଞ୍ଚର  ସୁଦୃଶ୍ୟ ଅଡିଓ ଭିଜୁଆଲ୍ ଓ ଆଲୋକ ବ୍ୟବସ୍ତା ଉପସ୍ଥିତ ଦର୍ଶକ ମାନଙ୍କୁ ଚମତ୍କୃତ କରିଥିଲା। ଉକ୍ତ ଉତ୍ସବରେ “ଓଡ଼ିଆ ଅସ୍ମିତା” ନାମକ ଖୁଦ୍ର  ଚଳଚ୍ଚିତ୍ର ଓ କଳିଂଗନ ଅନୁଷ୍ଠାନର ବାର୍ଷିକ ମୁଖପତ୍ର “କଳିଂଗନ-୨୦୨୪”ପତ୍ରିକାର ଉନ୍ମୋଚନ  କରାଯାଇଥିଲା। କାର୍ଯ୍ୟକ୍ରମ ମଧ୍ୟ ଭାଗରେ ବହୁବିଧ ସ୍ୱାଦିଷ୍ଟ ଓଡ଼ିଆ ଭୋଜନ ପରିବେଷଣ  କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ କଳିଂଗନ କୋର କମିଟିର ପ୍ରମୁଖ ସଦସ୍ୟ ବୃନ୍ଦ ସନ୍ତୋଷ ଦାସ, ବିଶ୍ୱ ରଞ୍ଜନ ସାହୁ, ଦିଗମ୍ବର ମହାଖୁଡ଼, ବସନ୍ତ ସାହୁ, ଇମିତିଆଜ ଅଲି, ସୂର୍ଯ୍ୟକାନ୍ତ ଦାସ, ପଦାରବିନ୍ଦ ମହାନ୍ତି, ଶିଶିର ଅଗଷ୍ଟିନ, ଶେଖ ସରାଫତ  କଳିଂଗନ ବାର୍ଷିକ ଉତ୍ସବର ସଫଳତା ପାଇଁ ସମସ୍ତ ଦର୍ଶକ, କଳାକାର ତଥା ଆମନ୍ତ୍ରିତ ଅତିଥି  ମାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.