Home ଜିଲ୍ଲା ପରିକ୍ରମା ସତ୍ୟସାଇ ବାବାଙ୍କ ଜନ୍ମ ଜୟନ୍ତୀ ପାଳିତ, ଦୁସ୍ଥ ଲୋକଙ୍କୁ ବଣ୍ଟାଗଲା ଫଳ ଓ କମ୍ବଳ

ସତ୍ୟସାଇ ବାବାଙ୍କ ଜନ୍ମ ଜୟନ୍ତୀ ପାଳିତ, ଦୁସ୍ଥ ଲୋକଙ୍କୁ ବଣ୍ଟାଗଲା ଫଳ ଓ କମ୍ବଳ

22

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ ଏହି ବ୍ଲକ ବି.ଟି.ପୁର ପଞ୍ଚାୟତସ୍ଥ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ସକାଳେ ଓଁଙ୍କାରମ୍‌, ନଗର ସଂକୀର୍ତ୍ତନ, ପ୍ରଶାନ୍ତି ପତାକା ଉତ୍ତୋଳନ, ଷୋଡ଼ଶ ଉପଚାର ପୂଜା, ନଗର ପରିକ୍ରମା, ପ୍ରେମତରୁ କାର୍ଯ୍ୟକ୍ରମ ଅର୍ନ୍ତଗତ ବୃକ୍ଷ ରୋପଣ, ଡାକ୍ତରଖାନା ଅନ୍ତେବାସୀଙ୍କୁ ଫଳ ଓ ସୁଖିଲା ଖାଦ୍ୟ ବଣ୍ଟନ, ନାରାୟଣ ସେବା, ବାଲ୍ ବିକାଶ ସାଂସ୍କୃତିକ କାର୍ଯ୍ୟକ୍ରମ, ଆଧ୍ୟାତ୍ମିକ ଆଲୋଚନା ସହ ନାରାୟଣ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ସମିତି ଆବାହକ ଚିନ୍ତାମଣୀ ବେହେରାଙ୍କ ମାର୍ଗ ଦର୍ଶନରେ ଯୁବ ସଂଯୋଜକ ପ୍ରଭାତ କୁମାର ନାୟକ, ଶିକ୍ଷା ସଂଯୋଜକ କଳାକୃଷ୍ଣ ବେହେରା, ସଂଯୋଜିକା ସରସ୍ୱତୀ ବେହେରା, ଚିତ୍ତରଞ୍ଜନ ସାମନ୍ତରାୟ, ହରେକୃଷ୍ଣ ସାହୁ,ଗମନ ଜେନା, ମଧୁସୂଦନ ବେହେରା, ରବୀନ୍ଦ୍ର ନାଥ ଶତପଥୀ, ତୁଳସୀ ପାତ୍ର, ହରିହର ନାୟକ, ସନାତନ ସାହୁ, କୁଳମଣୀ ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.