ବାଲିଗୁଡା, ୩୧-୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ବୁଧବାର ସକାଳ ପ୍ରାୟ ୧୦.୩୦ମିନିଟ୍ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ କୌଣସି ଉଦ୍ଦେଶ୍ୟ ନେଇ ପ୍ରଥମେ ସନ୍ତୋଷ ଲଜ୍ ର ଗୋଟିଏ ରୁମ୍ ରେ ପଶୁଥିବାବେଳେ ଲଜ୍ ର କର୍ମଚାରୀ ଓ କିଛି ସ୍ଥାନୀୟ ଲୋକେଯୁବକକୁ ଗୋଡାଇବାରୁ ସେ ଦୌଡ଼ି ପଳାଇ ପାଟ୍ଟଖଣ୍ଡା ମନ୍ଦିର ଗେଟ୍ ଭାଙ୍ଗି ଭିତରେ ପଶିଯାଇଥିଲା। ଲୋକେ ମନ୍ଦିରରୁ ଯୁବକକୁ କାବୁକରି ମାଡ଼ମାରିବାସହ ଦଉଡିରେ ବାନ୍ଧି ରାସ୍ତାରେ ଚଲେଇ ଚଲେଇନେଇ ଥାନାରେ ଜିମାଦେଇଛନ୍ତି। ଘଟଣାପରେ ବାଲିଗୁଡା ପୋଲିସର ତଦନ୍ତ ଆରମ୍ଭ କରିଛି। ଯୁବକଟି ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ଗୁମିକିଆ ଅଞ୍ଚଳର ଉମେଶ ପ୍ରଧାନ ବୋଲି ଜଣାପଡ଼ିଛି।









