ଖୋର୍ଦ୍ଧା;୨୫,ଅଗଷ୍ଟ(ଓଡ଼ିଆ ପୁଅ):ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ବାଜପେୟୀଙ୍କ ପୋଷ୍ଟର ଉପରେ ନବୀନଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା।ତେବେ ବିଜେପି ପକ୍ଷରୁ ଏହାର ବିରୋଧ କରାଯିବା ପରେ ନବୀନଙ୍କ ପୋଷ୍ଟର ହଟାଇ ଦିଆଯାଇଥିଲା।
ଜଟଣୀରେ ୨୬ ତାରିଖରେ ହେବାକୁ ଥିବା ବାଜପେୟୀଙ୍କ ସ୍ମୃତି ସଭା ଉଦ୍ଦେଶ୍ୟରେ ବିଜେପି ନେତା ସନ୍ତୋଷ ଜେନାଙ୍କ ପକ୍ଷରୁ ବିଭିର୍ଣ୍ଣ ସ୍ଥାନରେ ବ୍ୟାନର ମରାଯାଇଥିଲା।ତେବେ ଏହି ବ୍ୟାନର ଉପରେ ହଠାତ ଆଜି ନବୀନ ପଟ୍ଟନାୟକ ଏବଂ ଜଟଣୀରେ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟଙ୍କର ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଥିଲା।ଖବର ପାଇବା ପରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟା ରଶ୍ମୀମୟୀ ପଟ୍ଟନାୟକ,ପୂର୍ବତନ ଜଟଣୀ ନଗର ସଭାପତି ଶରତ ମହାନ୍ତି ପ୍ରମୁଖ ଏହାର ବିରୋଧ କରିବା ପରେ ନବୀନ ଏବଂ ବିଭୂତିଙ୍କ ବ୍ୟାନର ହଟାଯାଇଥିଲା।ଏପରି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଉଛି।