ନୟାଗଡ଼, ୪/୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଟାମାଟି ସୁନାଲଟି ନିକଟରେ ଯାଇଥିବା ଗ୍ୟାସ୍ ପାଇପଲାଇନର କମ୍ପ୍ରେସର୍ କାମ କରୁଥିବା ବେଳେ ପାଇପ୍ ଫାଟି ୨ ଜଣଙ୍କର ମୃତ୍ୟୁ ହୋଇଛି। ପାଖରେ ଥିବା ୩ଜଣ ଆହତ ହୋଇଛନ୍ତି। ମୃତକ ଓ ଆହତ ସମସ୍ତେ ମହାରାଷ୍ଟ୍ରର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ସୁନାନଟି ବ୍ରିଜ ନିକଟରେ ଗ୍ୟାସ ପାଇପ ଲାଇନ କାମ ଚାଲିଥିଲା। କ୍ରମ୍ପେସର ନଟ ଟାଇଟ କରିବା ସମୟରେ ନଟଟି ଖସିଯାଇଥିଲା। ଗ୍ୟାସ ପାଇପ ଭିତରେ ରହି କାମ କରୁଥିବା ୩ ଜଣ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଥିଲେ। ସମସ୍ତ ଯୁବକଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ।