Home ଓଡ଼ିଶା ଚୋରି ଅଭିଯୋଗରେ ୨ ଜେଲ୍ ଗଲେ- ୩ ମୋବାଇଲ୍‌, ସି.ସି କ୍ୟାମେରା ଓ ୭ଶହ ଟଙ୍କା...

ଚୋରି ଅଭିଯୋଗରେ ୨ ଜେଲ୍ ଗଲେ- ୩ ମୋବାଇଲ୍‌, ସି.ସି କ୍ୟାମେରା ଓ ୭ଶହ ଟଙ୍କା ଜବତ

118

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୦୭-ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରି ଘଟଣାରେ ରଣପୁର ପୋଲିସ୍ କୁ ସଫଳତା ମିଳିଛି । ପୋଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚୋରି ହୋଇଥିବା ୩ଟି ମୋବାଇଲ୍‌, ଗୋଟିଏ ସି.ସି କ୍ୟାମେରା ଓ ୭ଶହ ଟଙ୍କା ଜବତ କରିଛି । ଅଭିଯୁକ୍ତ ୨ଜଣ ହେଲେ ରମେଶ ଚନ୍ଦ୍ର ଖଟେଇ ଓରଫ୍ କୁସୁନି ଓ କୃଷ୍ଣମୋହନ ପ୍ରହରାଜ ଓରଫ୍ ଦିପୁ ଉଭୟଙ୍କ ଜାମିନ୍ ନାଂମଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।

ଘଟଣାରୁ ପ୍ରକାଶ ଗତ ୧ ତାରିଖ ରାତ୍ରିରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟ ଶୋଇଥିଲା ବେଳେ ସେମାନଙ୍କଠାରୁ ୩ଟି ମୋବାଇଲ୍‌, ୧୭ଶହ ଟଙ୍କା ଚୋରି ହୋଇଥିଲା ଏବଂ ଡାକ୍ତରଖାନାରେ ଲାଗିଥିବା ସି.ସି କ୍ୟାମେରାକୁ ମଧ୍ୟ ଚୋରାଇ ନେଇଥିଲେ । ଡାକ୍ତରଖାନାରୁ ଅଭିଯୋଗ ପାଇଲା ପରେ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ମାମଲା ଋଜୁ କରିବା ସହିତ ତଦନ୍ତ ଦାୟିତ୍ୱ ଏ.ଏସ୍‌.ଆଇ ସଂଗ୍ରାମ କେଶରୀ ଦାଶଙ୍କୁ ଦେଇଥିଲେ । ତଦନ୍ତ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ ହୋଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.