Home ଓଡ଼ିଶା କାଠ ମାଫିଆ ଓ ଜଙ୍ଗଲ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା

କାଠ ମାଫିଆ ଓ ଜଙ୍ଗଲ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା

184

ଟିଟିଲାଗଡ଼ ୨-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ମୁରିବାହାଲ ରେଞ୍ଜ ଅଧିନସ୍ଥ ତିଖାରୀ ସଂରକ୍ଷୀତ ଜଙ୍ଗଲ ଏବେ ପଦାରେ ପରିଣତ ହେବାରେ ଲାଗିଛି। ସାଳ, ପିଆସାଳ, ଶିଶୁ, ଗମ୍ଭାରୀ, ସାଗୁଆନ ପରି ମୂଲ୍ୟବାନ ଗଛ ଶହ, ଶହ, ସଂଖ୍ୟାରେ ଦୈନିକ ଦିନ ରାତି କାଟ ଚାଲିଛି। ଜଙ୍ଗଲ ବିଭାଗର ଗୋଚରରେ କାଠ ମାଫିଆ ଏହି କାରବାର ଚଲାଇ ଆସୁଛନ୍ତି। ଏ ନେଇ ସ୍ବେଚ୍ଛାସେବୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଅଭିଯୋଗ ଜଙ୍ଗଲ ବିଭାଗର ଅଧିକାରୀଙ୍କ ଠାରେ କରିଥିବା ବେଳେ, ତାହା ମାଓପ୍ରବଣ ଅଂଚଳ ଜିଲ୍ଲା ଏସ.ପି ଙ୍କ ଅର୍ଡର ଆସିଲେ ପଦକ୍ଷେପ ନେବୁ ଆଦି ବିଭିନ୍ନ ଆଳରେ ତାଙ୍କୁ ସହଯୋଗ କରୁଥିବା ଅଭିଯୋଗ ହେଉଛି। ଏହି ରେଞ୍ଜ ଅଧିନସ୍ଥ ଡେଙ୍ଗପଦର, ଭିରକାପଡା, ଚିକିନିବାହାଲୀ, ଅଞ୍ଚଳର ସମସ୍ତ ନୂତନ ସୃଷ୍ଟି ହୋଇଥିବା ଓ ପୁରୁଣା ଗଛ କାଟ କରି କାଠ ମାଫିଆ ଓ ଜଙ୍ଗଲ ବିଭାଗର ଅଧିକାରୀ ବେଶ ମାଲା, ମାଲ ହୋଇଚାଲିଥିବା ବେଳେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.