Odiapua.com

ଜିଲ୍ଳା ପ୍ରଗତି ମହିଳା ସଂଘର ବୈଠକ

ନୟାଗଡ଼, ୭ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ଗାଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଜିଲ୍ଲା ପ୍ରଗତି ମହିଳା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ା ସଭାନେତ୍ରୀ ପ୍ରଭାସିନୀ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲା ସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲାବେଳେ ନିଶା ନିବାରଣ ସହିତ ନାରୀ ନିର୍ଯ୍ୟାତନା, ପାରିବାରିକ ସମସ୍ୟା, ମହିଳା ହିଂସା, ଝିଅ ଚାଲାଣ, ବାଲ୍ୟ ବିବାହ, କନ୍ୟାଭ୍ରୁଣ ହତ୍ୟା ଆଦି ଘୃଣିତ ପ୍ରଥାକୁ ରୋକାଯିବା ଉପରେ ଦୃଢ ବିରୋଧ କରାଯାଇଥିଲା। ଏଥିରେ ଓଡ଼ଗାଁ ଶାଖା କମିଟିର ସଭାନେତ୍ରୀ ଭାବେ ନିବେଦିତା ଦାଶ, ଉପସଭାନେତ୍ରୀ ଭାବେ ସୁବାଳା ଉପାଧ୍ୟାୟ, ସଂପାଦିକାଭାବେ ବିଜୟଲକ୍ଷ୍ମୀ ଦାଶ ଓ କାର୍ଯ୍ୟକାରିଣୀ ସଦସ୍ୟଭାବେ ୭ଜଣ ସଭ୍ୟା ନିର୍ବାଚିତ ହୋଇଥିଲେ। ଏହି ବୈଠକରେ ଜିଲ୍ଳା କାର୍ଯ୍ୟକାରିଣୀର ସନ୍ଧ୍ୟାରାଣୀ ପଣ୍ଡା, ସୁଜାତା ତ୍ରିପାଠୀ, ବସିରିନ୍ ବିବି, ମାଳତୀ ଗୁରୁ, ସୁଚିସ୍ମିତା ପଶ୍ଚିମରାୟ, ସୁମତି ଦେଇ, ରୀନା ବାଘସିଂହ ଓ ବାସନ୍ତୀ ବେହେରା ଯୋଗଦେଇଥିଲେ।