Odiapua.com

ଆଜି ଭାରତ – ଇଂଲଣ୍ଡ ମୁକାବିଲା: ପାକିସ୍ଥାନ ଚାହୁଁଛି ଭାରତ ଜିତୁ! କ’ଣ ଭାରତ ଚାହିଁବ ହାରିବାକୁ?

ନୂଆଦିଲ୍ଲୀ:ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା।ଭାରତ ଅପେକ୍ଷା ଇଂଲଣ୍ଡ ପାଇଁ ମ୍ୟାଚ ଜିତିବା ଗୁରୁତ୍ୱପୂର୍ଣ୍ଣ।କାରଣ ଇଂଲଣ୍ଡ ଯଦି ଏହି ମ୍ୟାଚ ହାରିଯାଏ,ତେବେ ସେମି ଫାଇନାଲକୁ ଯିବାରେ ତା’ ପାଇଁ ଏହା ବାଧକ ହେବ।କିନ୍ତୁ ଭାରତ ଏହି ମ୍ୟାଚ ହାରିଲେ ମଧ୍ୟ ତା’ର ସେମି ଫାଇନାଲକୁ ଯିବାରେ କୌଣସି ଅସୁବିଧା ନାହିଁ।ଭାରତ ଏ’ ପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ୫ଟିରେ ଜିତିପାରିଛି।ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଛି। ଏବଂ ଭାରତ + ୧.୧୬୦ରେ ୧୧ ପଏଣ୍ଟ ପାଇଛି।ଇଂଲଣ୍ଡ ୭ଟି ମ୍ୟାଚ ଖେଳି ୪ଟିରେ ଜିତି ଏବଂ ୩ଟିରେ ହାରି +୧.୦୫୧ରେ ୮ ପଏଣ୍ଟ ପାଇଛି।

ତେବେ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ ଇଂଲଣ୍ଡ ଏବଂ ପାକିସ୍ଥାନର ଭାଗ୍ୟ ନିର୍ଦ୍ଧାରଣ କରିବ।ପାକିସ୍ଥାନ ୮ଟି ମ୍ୟାଚ ଖେଳି ୪ଟିରେ ଜିତିଛି ଏବଂ ୩ଟିରେ ହାରିଛି।ଗୋଟିଏ ମ୍ୟାଚ ବାତିଲ ହୋଇଛି।-୦.୭୯୨ରେ ୯ ପଏଣ୍ଟ ପାଇଛି ପାକିସ୍ଥାନ।ତେଣୁ ଯଦି ଆଜିର ମ୍ୟାଚରେ ଭାରତ ଜିତିଯାଏ ଏବଂ ଇଂଲଣ୍ଡ ହାରିଯାଏ, ତେବେ ପାକିସ୍ଥାନ ପାଇଁ ସେମି ଫାଇନାଲ୍ ଖେଳିବାର ସମ୍ଭାବନା ସୃଷ୍ଟି ହେବ।

ତେଣୁ ପାକିସ୍ଥାନ ଚାହୁଁଛି ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଆଜି ଜିତୁ!ଯାହା ପାକିସ୍ଥାନ ପାଇଁ ସମ୍ଭାବନା ସୃଷ୍ଟି ହେବ।ଭାରତ ଜିତିଳେ ହୁଏତ ଭାରତ ସହିତ ପାକିସ୍ଥାନର ଆଉ ଏକ ମୁକାବିଲା ହେବ।ପାକିସ୍ଥାନର ପୂର୍ବ କ୍ରିକେଟିୟର,କ୍ରିକେଟ ପ୍ରଶଂସକ, ତଥା ପାକିସ୍ଥାନର ଅନେକ୍ ବିଶେଷଜ୍ଞ ଏପରି ମତ ରଖୁଛନ୍ତି।ଭାରତ ଜିତିବା ଆଶା ରଖି ଟ୍ୱିଟ କରୁଛନ୍ତି।ପାକିସ୍ଥାନ ଟିଭି ଚ୍ୟାନେଲ ବିତର୍କରେ ଭାଗ ନେଇ କ୍ରିକେଟ ବିଶେଷଜ୍ଞ ମାନେ ଭାରତ ଜିତିବା ସପକ୍ଷରେ ମତ ରଖୁଛନ୍ତି।ତେବେ ପାକିସ୍ଥାନ ମିଡିଆ ବିତର୍କରେ ଏକ ଅଜବ ଯୁକ୍ତି ମଧ୍ୟ ଶୁଣିବାକୁ ମିଳୁଛି।କେତେକ ପାକିସ୍ଥାନୀ ବିଶେଷଜ୍ଞଙ୍କ ମତ ହୁଏତ, ଭାରତ କୁଆଡ଼େ ଏହି ମ୍ୟାଚ ହାରିବାକୁ ଚାହିଁବ!କାରଣ ଭାରତ ଚାହିଁବନି ଇଂଲଣ୍ଡକୁ ହରାଇ ପାକିସ୍ଥାନକୁ ସେମି ଫାଇନାଲ୍ ଖେଳିବାକୁ ଭାରତ ସୁଯୋଗ ଦେବ।ଭାରତ ବାବଦରେ ସବୁବେଳେ ଏପରି ନକରାତ୍ମକ ମନୋଭାବ ପାକିସ୍ଥାନର ରହି ଆସିଛି।କିନ୍ତୁ ଟିମ୍ ଇଣ୍ଡିଆ ଯେ ପ୍ରତ୍ୟକ ମ୍ୟାଚ ଜିତିବା ପାଇଁ ହିଁ ମୈଦାନକୁ ଓଲ୍ହାଉଛି।ଏହା ପାକିସ୍ଥାନ ବୁଝିବା ଦରକାର।//ଦେବଦତ୍ତ

ପାକିସ୍ଥାନ ବନାମ ଆଫଗାନିସ୍ଥାନ ମ୍ୟାଚରେ ଦଙ୍ଗା: ବେଲୁଚିସ୍ଥାନ ସ୍ୱାଧୀନତା ପ୍ରସଙ୍ଗ ବିଶ୍ୱ କପରେ!

ବିଶ୍ୱକପ ଇତିହାସରେ ହାଟ୍ରିକ୍ ନେବାରେ ୨ୟ ଭାରତୀୟ ହେଲେ ମୋହମ୍ମଦ ସମୀ