ଭୁବନେଶ୍ୱର ୧୪-୪ (ଓଡ଼ିଆ ପୁଅ) ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ଠାରୁ ଡ୍ରୋନ୍ ମାଧ୍ୟମରେ ବିଶୋଧକ ସିଞ୍ଚନ ହେବ। ରାଜମହଲ ଛକ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ସକାଳ ୮ଟାରୁ ଦିନ ୨ଟା ଯାଏଁ ବିଶୋଧନ କରାଯିବ। କ୍ଷତିକାରକ ରାସାୟନିକ ସିଞ୍ଚନ କରାଯାଉଥିବାରୁ ସତର୍କ କରିଛି ବିଏମସି। ଏନେଇ ଲୋକଙ୍କୁ ଘରୁ ନ ବାହାରିବାକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୁହାଯାଇଛି।