Odiapua.com

ଆଗ ମାଟି,ପରେ ପାର୍ଟି;ଏଇଠି ଜନ୍ମ ଏଇଠି ମରଣ:ଦିଲ୍ଲୀପ ରାୟ

ଭୁବନେଶ୍ୱର:”ଆଗ ମାଟି ପରେ ପାର୍ଟି”।ଏଇଠି ଜନମ ଏଇଠି ମରଣ।ଏଇ ରାଉରକେଲା ମାଟିରେ ଜନ୍ମ ନେଇଛି,ଦିନେ ଏଇ ରାଉରକେଲା ମାଟିରେ ହିଁ ମରିବି।ପାର୍ଟି,ବିଧାୟକ,ମନ୍ତ୍ରୀ ହେବା କିମ୍ବା ରାଜନୀତି ମୋର ପ୍ରାଥମିକତା ନୁହଁ।ରାଉରକେଲା ପାଇଁ କିଛି କରିବା ମୋର ଉଦ୍ଦେଶ୍ୟ।ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ପାରିବିନି।ତେଣିକି ଆବଶ୍ୟକ ପଡ଼ିଲେ ବାଧ୍ୟ ହୋଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବି।”ଏପରି କହିଛନ୍ତି ରାଉରକେଲା ବିଜେପି ବିଧ୍ୟାୟକ ଦିଲ୍ଲୀପ ରାୟ।

ଦିଲ୍ଲୀପ ରାୟ ବିଜେପିର କାର୍ଯ୍ୟଧାରା ଉପରେ ଅସନ୍ତୁଷ୍ଟ ଅଛନ୍ତି।ରାଜ୍ୟ ବିଜେପିର ନେତୃତ୍ୱଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ଅଛନ୍ତି।ଦିଲ୍ଲୀପଙ୍କ କହିବା ଅନୁଯାୟୀ ମୁଁ ତ’ ମୋ ନିଜ ପାଇଁ କିଛି ମାଗୁନି,ଯାହା କହୁଛି ରାଉରକେଲା ପାଇଁ।ରାଉରକେଲାର ବିଧାୟକ ହିସାବରେ ରାଉରକେଲା ପାଇଁ ଚିନ୍ତା କରିବା ମୋର କର୍ତ୍ତବ୍ୟ।ମୁଁ ବିଶେଷ କିଛି ମାଗିନି।ରାଉରକେଲା ପାଇଁ ଦୀର୍ଘଦିନର ଦୁଇଟି ଦାବି,ପ୍ରଥମତଃ ଦୂତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ ଏବଂ ଦୂତୀୟରେ ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା ନେଇ ମୁଁ ପ୍ରଥମରୁ ଦାବି କରି ଆସିଛି।ଏ ନେଇ ବାରମ୍ବାର ବିଜେପିର ତୁଙ୍ଗ ନେତୃତ୍ୱଙ୍କ ଆଗରେ ଦାବି ଉଠାଇ ସାରିଲେଣି।ମାସକର ଅଧା ଦିନ କେବଳ ଏହି ସମସ୍ୟା ଜଣାଇବାରେ ଚାଲି ଯାଉଛି।କିଛି ଫଳ ମିଳୁନି।କେବଳ ସମୟ ଗଡ଼ିଆ ଯାଉଛି।କାଲି କାଲି କହି ସମୟ ଅତ୍ୟବାହିତ କରାଯାଉଛି।ଏବେ ପୁଣି କେନ୍ଦ୍ର ନେତୃତ୍ୱଙ୍କୁ ଭେଟି ଦିଲ୍ଲୀପ ରାଉରକେଲାର ସମସ୍ୟା ସମାଧାନ ନେଇ ଜଣାଇଛନ୍ତି।କିନ୍ତୁ ପୁଣି ସେହି କଥା।ଅପେକ୍ଷା କର,ରାଜସ୍ଥାନ,ମଧ୍ୟ ପ୍ରଦେଶ ଆଦି ନିର୍ବାଚନ ସରିଯାଉ।ଡିସେମ୍ବର ୧୧ ଯାଉ,ଡିସେମ୍ବର ୨୦ ଆଡ଼କୁ ବସି ଆଲୋଚନା କରିବା।କିନ୍ତୁ ସମୟ ଗଡ଼ି ଗଲାଣି।ଏମିତି କହି କହି ୫ବର୍ଷ ବିତି ଗଲାଣି।କେବେ ଆଉ ଆଲୋଚନା କରିବେ?କେବେ ନିଷ୍ପତି ନେବେ ଏବଂ ଆଉ କେବେ କାମ ଆରମ୍ଭ ହେବ?ଦିଲ୍ଲୀପଙ୍କ କହିବା ଅନୁଯାୟୀ ଡିସେମ୍ବର ବେଳକୁ ନିର୍ବାଚନ ପ୍ରୋସେସ ଆରମ୍ଭ ହୋଇଯିବ।ସେତେବେଳକୁ କହିଲେ ଲୋକେ କହିବେ ନିର୍ବାଚନ ପାଇଁ କହୁଛନ୍ତି।ସେ ଯାହା ବି ହେଉ କେହି ମତେ ଠକ କିମ୍ବା ମିଛୁଆ କୁହନ୍ତୁ,ଏହା ମୁଁ କେବେ ସହ୍ୟ କରି ପାଇବି ନାହିଁ।ତେଣୁ ବାଧ୍ୟ ହୋଇ ସେପରି କିଛି ନିଷ୍ପତି ନେବି।ଜାଣିକି ଲୋକେ କହିବେ ହଁ ଚେଷ୍ଟା ତ’ କରିଥିଲି।ଏବଂ ଦରକାର ପଡ଼ିଲେ ରାଉରକେଲାର ଏ ସମସ୍ୟା ସମାଧାନ ପାଇଁ ଅନ୍ୟ ବାଟରେ ପ୍ରୟାସ କରିବି।

ସେହିପରି ଆଉ ଏକ ପ୍ରସଙ୍ଗ ଉପରେ ଦିଲ୍ଲୀପ କୁହନ୍ତି ତାଙ୍କୁ ଗ୍ୟାସ ପାଇପ ଲାଇନ ଉଦ୍ଘାଟନ ପାଇଁ ଡକାଯାଇ ଥିଲା।ସେ କହିଲେ ମୁଁ ନିଶ୍ଚିତ ଯିବି।କାରଣ ଏ ଦାବି ପ୍ରଥମେ ମୁଁ ହିଁ ଉଠାଇଥିଲି।କିନ୍ତୁ ମତେ କୁହ ପ୍ରଥମ ପାଇପ ଲାଇନ ସଂଯୋଗ କେବେ ଦିଆଯିବ?ଉତ୍ତର ଠିକରେ ମିଳିଲାନି।କୁହାଗଲା ଏହା ୮ ବର୍ଷର ପ୍ରୋଜେକ୍ଟ।ପ୍ରୋଜେକ୍ଟ ସରିଲା ପରେ ଜଣାପଡ଼ିବ।ଦିଲ୍ଲୀପ କହିଲେ ୮ ବର୍ଷ ପରେ ମୁଁ ବଞ୍ଚିଥିବି କି ନାହିଁ ଜଣାନାହିଁ।୮ ବର୍ଷ ପରେ ପାଇପ ଲାଇନ ସଂଯୋଗ ମିଳିବା କଥା କହି ଏବେଠୁ ଲୋକଙ୍କ ସମାବେଶ କରାଇ ମୁଁ ତାଳି ଶୁଣି ପାରିବି ନାହିଁ।ଲୋକ କହିବେ ନିର୍ବାଚନ ଆସିଲା ବୋଲି ଏ ନାଟକ।କେବଳ ପ୍ରତିଶୃତି ନୁହେଁ,ରାଉରକେଲା ପାଇଁ କିଛି କରିବା ମୋର ଉଦ୍ଦେଶ୍ୟ।ଯଦି ସେପରି ନହୁଏ,ବାଧ୍ୟ ହୋଇ ଖୁବ୍ ଶୀଘ୍ର ସେପରି କିଛି ଚରମ ପଦକ୍ଷେପ ନେବି ବୋଲି କହିଛନ୍ତି ଦିଲ୍ଲୀପ ରାୟ।

ଏହାକୁ ନେଇ ଭିନ୍ନ ପ୍ରକାର ଆଲୋଚନା ହେଉଛି।ସମ୍ଭବତଃ ଦିଲ୍ଲୀପ ରାୟ ବିଧ୍ୟାୟକ ପଦରୁ ଇସ୍ତଫା ଦେଇ ଦେଇପାରନ୍ତି ବୋଲି କୁହାଯାଉଛି।ଏପରି ହେଲେ ଦିଲ୍ଲୀପଙ୍କ ପ୍ରତି ରାଉରକେଲାରେ ସମର୍ଥନ ଅଧିକ ବଢ଼ିବା ସହ ବିଜେପି ବିରୋଧରେ ଏକ ଖରାପ ଧାରଣା ସୃଷ୍ଟି ହେବ।କେବଳ ରାଉରକେଲାରେ ନୁହେଁ ଏହାର ନକରାତ୍ମକ ପ୍ରଭାବ ବିଜେପି ଜିତିଥିବା ଏକ ମାତ୍ର ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼ ଉପରେ ମଧ୍ୟ ପଡ଼ିବ।ଜୁଏଲ ଓରାମଙ୍କୁ ମଧ୍ୟ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି।

ଦିଲ୍ଲୀପଙ୍କ କହିବା କଥା,ନରେନ୍ଦ୍ର ମୋଦୀ “ସବକା ସାଥ ସବକା ବିକାଶ” କଥା କହୁଛନ୍ତି।ବିଶେଷ ଭାବରେ “ଲୁକ ଇଷ୍ଟ” ଯୋଜନାରେ ଉତ୍ତର ପୂର୍ବାଞ୍ଚଳର ବିକାଶ କଥା କହୁଛନ୍ତି।ସେହି ଯୋଜନାର ଅନ୍ତର୍ଭୁକ୍ତ ରାଉରକେଲାର ସମସ୍ୟା ନେଇ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ କାହିଁକି କେହି ଧ୍ୟାନ ଦେଉ ନାହାଁନ୍ତି?ଏହା ଦ୍ୱାରା ରାଉରକେଲା ସମେତ ସଂପୂର୍ଣ୍ଣ ସୁନ୍ଦରଗଡ଼ ଅଞ୍ଚଳରେ ଲୋକଙ୍କ ଭିତରେ ବିଜେପି ପ୍ରତି ଏକ ଖରାପ ଧାରଣା ସୃଷ୍ଟି ହେଉଛି।ତାଙ୍କ ପ୍ରତି ମଧ୍ୟ ଖରାପ ଧାରଣା ସୃଷ୍ଟି ହେଉଛି।ଦିଲ୍ଲୀପ ସନ୍ଦେହ କରି କହୁଛନ୍ତି,ଏ ସବୁରେ ଓଡ଼ିଶା ବିଜେପିର ଜଣେ ପ୍ରଭାବୀ ବ୍ୟକ୍ତି ବାଧକ ସାଜିଛି।ତାଙ୍କରି ଯୋଗୁଁ କଥା ଆଗକୁ ବଢ଼ି ପାରୁନି।ତାଙ୍କରି ଯୋଗୁଁ ହିଁ ରାଉରକେଲା କ’ଣ ସାରା ଓଡ଼ିଶାରେ ବିଜେପି ପରିଣାମ ଭୋଗିବ ବୋଲି ଦିଲ୍ଲୀପ କହିଛନ୍ତି।ତେବେ ସେ ବ୍ୟକ୍ତି/ନେତା ଜଣଙ୍କ କିଏ?/ଦେବଦତ୍ତ

ସମ୍ବଦ୍ଧିତ ଖବର:-

କିଏ ଭୁଲ,ବିଜେପି ନାଁ ଦିଲ୍ଲୀପ ରାୟ? ଦିଲ୍ଲୀପ ଦୂରଉଛନ୍ତି ନାଁ’ ଦୂରେଇ ଦିଆଯାଉଛନ୍ତି?