ନୂଆ ଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ସତୀଶ ଶର୍ମାଙ୍କର ଗୋଆରେ ଦେହାନ୍ତ ହୋଇଛି। ଦୀର୍ଘ ସମୟ ଧରି କ୍ୟାପଟେନ ସତୀଶ ଶର୍ମା ଆମେଠୀ ଲୋକସଭା ନିର୍ବାଚନମଣ୍ଡଳୀରେ ଗାନ୍ଧୀ ପରିବାରର ପ୍ରତିନିଧୀ ଥିଲେ। ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିକଟତର ମଧ୍ୟ ବିବେଚନା କରାଯାଉଥିଲା। ତାଙ୍କ ମୃତ୍ୟୁକୁ ନେଇ ଅନେକ ରାଜନୈତିକ ଦଳର ନେତାମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।