Odiapua.com

ଶ୍ରଦ୍ଧାଞ୍ଜଳି : ଭେଟେରାନ୍ ଅଭିନେତା ଜଗଦୀପଙ୍କର ପରଲୋକ

ମୁମ୍ବାଇ ୮-୭ (ଓଡ଼ିଆ ପୁଅ) ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଖରାପ ଖବର ଆସୁଛି। ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ହିନ୍ଦୀ ସିନେମାର ଅଭିନେତା ଜଗଦୀପ ଆଉ ଏହି ଦୁନିଆରେ ନାହାଁନ୍ତି। ବୁଧବାର ୮୧ ବର୍ଷ ବୟସରେ ଜଗଦୀପ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜଗଦୀପଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପରିବାର ଏବଂ ବଲିଉଡରେ ଶୋକର ଲହରୀ ଖେଳିଯାଇଛି।