ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଟୀକା ଅନୁମୋଦନ ହେବାର ୧୦ ଦିନ ପରେ କରୋନା ଟିକା ଆରମ୍ଭ ହୋଇପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟଯେ, ଯେ DCGI ୩ ଜାନୁଆରୀ ରବିବାର ଦିନ କରୋନା ଟିକାକୁ ଅନୁମୋଦନ କରିଛି। ଏହି ପରିପ୍ରେକ୍ଷୀରେ, ୧୩ କିମ୍ବା ୧୪ ଜାନୁଆରୀରୁ ଦେଶରେ କରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ। ସ୍ୱାସ୍ଥ୍ୟ ସଚିବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।