Odiapua.com

ଅଯୋଧ୍ୟା : ସୁନ୍ନୀ ବକ୍ଫ ବୋର୍ଡର ବଡ଼ ନିଷ୍ପତି : ଦାଖଲ କରିବ ନାହିଁ ପୁନର୍ବିଚାର ଯାଚିକା

ନୂଆ ଦିଲ୍ଲୀ ୨୬-୧୧ (ଓଡ଼ିଆ ପୁଅ) ଅଯୋଧ୍ୟା ମାମଲାରେ ସୁନ୍ନୀ ବକ୍ଫ ବୋର୍ଡ ମଙ୍ଗଳବାରଦିନ ହୋଇଥିବା ବୈଠକରେ ବଡ ନିଷ୍ପତି ନେଇଛନ୍ତି। ବୋର୍ଡ ସୁପ୍ରୀମ କୋର୍ଟର ନିଷ୍ପତି ଉପରେ ପୁନର୍ବିଚାର ଯାଚିକା ଦାଖଲ ନ କରିବା ପାଇଁ ନିଷ୍ପତି ନେଇଛନ୍ତି। ଉତ୍ତର ପ୍ରଦେଶ ସୁନ୍ନୀ ବକ୍ଫ ବୋର୍ଡର ବୈଠକରେ ଛଅ ସଦସ୍ୟ ରିଭ୍ୟୁ ପିଟିଶନ ଦାଖଲ ନ କରିବା ପକ୍ଷରେ ଥିଲେ ବୋଲି ଖବରରୁ ପ୍ରକାଶ। ଏକୁଟିଆ ଜଣେ ସଦସ୍ୟ ଅବ୍ଦୁଲ ରଜ୍ଜାକ ଖାନ ପିଟିସନ ଦାଖଲ କରିବା ପକ୍ଷରେ ଥିଲେ ବୋଲି ଜାତୀୟ ଗଣମାଧ୍ୟମ ଖବରରୁ ଜଣାପଡ଼ିଛି।

ସୁନ୍ନୀ ବକ୍ଫ ବୋର୍ଡର ବୈଠକରେ ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ଦିଆଯାଇଥିବା ଫଇସଲା ଉପରେ ଉତ୍ତର ପ୍ରଦେଶ ସୁନ୍ନୀ ବକ୍ଫ ବୋର୍ଡର ବାବରୀ ମସ୍ଜିଦରେ ସମ୍ବନ୍ଧିତ ମାମଲା ଉପରେ ଆଲୋଚନା କରାଯାଇଥିଲା। ଉଚ୍ଚତମ ନ୍ୟାୟାଳୟ ଅଯୋଧ୍ୟା ବିବାଦିତ ସ୍ଥଳ ଉପରେ ଉତ୍ତର ପ୍ରଦେଶ ସୁନ୍ନୀ ବକ୍ଫ ବୋର୍ଡର ଦାବୀକୁ ଖାରଜ କରି ଅଯୋଧ୍ୟାରେ ହିଁ କୌଣସି ଅନ୍ୟ ସ୍ଥାନରେ ପାଞ୍ଚ ଏକର ଜମି ମସ୍ଜିଦ ନିର୍ମାଣ ପାଇଁ ଦିଆଯିବାର ଆଦେଶ ଦେଇଥିଲେ।