Odiapua.com

ସଡ଼କ ଦୁର୍ଘଟଣା କାର ଚାଳକର ମୃତ୍ୟୁ

କୋଲାବିରା ୨୭-୧୨ (ଓଡ଼ିଆ ପୁଅ/ନିଶିତ୍ ବହିଦାର) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ବାଗମରା କଲେଜ ଗେଟ୍ ନିକଟରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଖବରରୁ ଜଣାପଡ଼ିଛିଯେ, ସୂଚନାମତେ ଏକ ଲୁହାପଥର ବୋଝେଇ ଟ୍ରକ ବଡ଼ବିଲ ଅଞ୍ଚଳରୁ ଝାରସୁଗୁଡ଼ା ଆସୁଥିଲା। ଟ୍ରକଟି ଏକ କାର ଉପରେ ଏକ ଟ୍ରକ ଚଡ଼ିଯିବାରୁ କାର ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣଭାବରେ କ୍ଷତିଗ୍ରସ୍ତ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଁଚି ଅନୁସନ୍ଧାନ ଚଳାଇଛି।