Odiapua.com

ଦେଶରେ ପାଖାପାଖି ୪୯ ହଜାର ନୂଆ କରୋନା ଆକ୍ରାନ୍ତ, ୭୬୮ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୪, ୧୯୩କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୯-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ପାଖାପାଖି ୪୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୭୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫-୩୧ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ୫, ୦୯, ୪୪୭ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୯, ୮୮, ୦୩୦ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୪, ୧୯୩ କୁ ବୃଦ୍ଧି ପାଇଛି।