Odiapua.com

ଆଜି ପାକିସ୍ଥାନ ବନାମ ବାଂଲାଦେଶ ମ୍ୟାଚ୍: ଲକ୍ଷ ଅସମ୍ଭବ; ତୁଚ୍ଛାଟାରେ ଖେଳିବ ପାକିସ୍ଥାନ!

ନୂଆଦିଲ୍ଲୀ: ଆଜି ପାକିସ୍ଥାନ ବନାମ ବାଂଲାଦେଶ ମ୍ୟାଚ୍।ସେମିଫାଇନାଲକୁ ଯିବାକୁ ପାକିସ୍ଥାନ ପାଇଁ ଅସମ୍ଭବ ଲକ୍ଷ।ପାକିସ୍ଥାନ କେବଳ ଏ’ ମ୍ୟାଚ୍ ଜିତିଲେ ଚଳିବନି।ସେମିଫାଇନାଲକୁ ଯିବାକୁ ହେଲେ ପାକିସ୍ଥାନ ବାଂଲାଦେଶକୁ ୩୧୬ ରନରେ ହରାଇବାକୁ ପଡ଼ିବ।ତାହା ପୁଣି ପ୍ରଥମେ ବ୍ୟାଟିଂ କରି।ଯଦି ପାକିସ୍ଥାନ ଟଚ୍ ହାରିଯାଏ, ତେବେ ସେମିଫାଇନାଲରୁ ଆଉଟ୍।କାରଣ ବାଂଲାଦେଶ ଟଚ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ଗୋଟିଏ ବଲ ଖେଳିଲା ମାନେ ପାକିସ୍ଥାନ ସେମିଫାଇନାଲରୁ ଆଉଟ୍ ହୋଇଯିବ।ଆଉ ଯଦି ପାକିସ୍ଥାନ ଟଚ୍ ଜିତେ, ତେବେ ପ୍ରଥମେ ବ୍ୟାଟିଂ କରି ୪୦୦ ରନ୍ ପରି ବିଶାଳ ସ୍କୋର କରିବାକୁ ପଡ଼ିବ ଏବଂ ବାଂଲାଦେଶକୁ ୪୮ ରନ୍ ଭିତରେ ସୀମିତ ରଖିବାକୁ ପଡ଼ିବ।ଯାହା ଅସମ୍ଭବ।କିନ୍ତୁ ଏ’ ଭିତରେ ପାକିସ୍ଥାନ କ୍ୟାପଟେନ କହିଛନ୍ତି, ବାଂଲାଦେଶ ବିପକ୍ଷରେ ଆମେ ୫୦୦ ରନ୍ ସ୍କୋର କରିବୁ //ଦେବଦତ୍ତ ରଥ

୭୦ ବର୍ଷ ହୋଇପାରେ ଅବସର ବୟସ ସୀମା!

ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ପୂର୍ବ ଭାଜପା ମନ୍ତ୍ରୀଙ୍କ ବୋଲ୍ଡ ଏବଂ ବିଉଟିଫୁଲ ଝିଅ