Odiapua.com

ଆଜି ଆପଣଙ୍କ କାମର ଶେଷ ଦିନ; ୩ ମିନିଟରେ ଚାଲିଗଲା ୩୦୦୦ରୁ ଉର୍ଦ୍ଧ୍ଵ ଚାକିରୀ

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀ ଏବଂ ଲକ୍ ଡାଉନ୍ ଲୋକଙ୍କ ଜୀବନ ସହିତ ଲୋକଙ୍କ ଚାକିରୀ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି। ଏଭଳି ପରିସ୍ଥିତି ଭିତରେ ଆଗାମୀ ଦିନରେ ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଉପରେ ସଙ୍କଟ ଦେଖାଦେଇଛି। ଏବେଠାରୁ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ଜୁମ୍ ଆପରେ ଏକ ମିଟିଂରେ ୩୦୦୦ରୁ ଉର୍ଦ୍ଧ୍ଵ କର୍ମଚାରୀ ମାତ୍ର ୩ ମିନିଟରେ ସେମାନଙ୍କ ଚାକିରୀ ହରାଇଛନ୍ତି।

ଅନଲାଇନ୍ କ୍ୟାବ୍ ସେବା ଯୋଗାଉଥିବା ଉବର ଗୋଟିଏ ଝଟକାରେ ଏହାର ୩୭,୦୦ କର୍ମଚାରୀଙ୍କୁ ବରଖାସ୍ତ କରିଦେଇଛି। ସୂଚନା ଅନୁଯାୟୀ, ଉବରର ଗ୍ରାହକ ସେବା ମୁଖ୍ୟ ରୋଫିନ୍ ଶେୱଲି ସମସ୍ତ କର୍ମଚାରୀଙ୍କୁ ଜୁମ୍ ଆପରେ ଏକ ମିଟିଂରେ ଯୋଗଦେବାକୁ କହିଥିଲେ। ତିନି ମିନିଟର ଏହି ମିଟିଂରେ ସେ ଘୋଷଣା କଲେ ଯେ ଆଜି ତୁମର କାମର ଶେଷ ଦିନ। ଶେୱାଲେ କହିଲେ ଯେ ଆମେ ୩୭୦୦ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ବାହାର କରୁଛୁ। ତୁମର କାମ ପ୍ରଭାବିତ ହୋଇଛି ଏବଂ ଆଜି ତୁମର ଉବର ସହିତ କାମ କରିବାର ଶେଷ ଦିନ।

ଉବର ସହିତ ଯୋଗଦାନ ଏବଂ ଅବଦାନ ପାଇଁ ଶେଭାଲା କର୍ମଚାରୀ ମାନଙ୍କୁ ଅବଶ୍ୟ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ତାଙ୍କ କ୍ୟାବ୍ ସେବା ବ୍ୟବସାୟ ପ୍ରାୟ ଅଧା ହୋଇଯାଇଛି ଏବଂ ଅନେକ ଗ୍ରାହକ ସହାୟତା କର୍ମଚାରୀଙ୍କ ପାଇଁ ଆଉ ଏତେ କାମ ନାହିଁ। ତେବେ ଉବରର ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଉଛି। ହଠାତ୍ ୩୭୦୦ କର୍ମଚାରୀଙ୍କୁ ଚାକିରୀରୁ କାଢ଼ି ଦେବା ଠିକ୍ ନୁହେଁ ବୋଲି କୁହାଯାଉଛି। /-ଦେବଦତ୍ତ ରଥ

ମୋବାଇଲ୍ ବିଜି ରହିବାରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଯାଇ ସ୍ତ୍ରୀର ହାତ କାଟିଦେଲା ସ୍ୱାମୀ