Odiapua.com

ପୁଣି ପିଟିଲା ପୁଲିସ!

ଭୁବନେଶ୍ୱର;୧୩, ୦୫, ୨୦୧୮(ଓଡିଆ ପୁଅ/ଦେବଦତ୍ତ ରଥ):ପୁଣି ପିଟିଲା ପୁଲିସ।ଜଣେ ଯୁବକଙ୍କୁ ପୁଲିସ ପିଟିବା ନେଇ ଏକ ଅଭିଯୋଗ ଆସିଛି।ନିମାପଡାରେ ୭୬ ବର୍ଷୀୟା ମହିଳା, ତାପରେ ନୟାପଲ୍ଲୀରେ ଦୁଇ ଭଉଣୀଙ୍କୁ ଥାନାରେ ପୁଲିସ ପିଟିବା ଅଭିଯୋଗ ନେଇ ସୋସିଆଲ ମିଡିଆରେ ଫଟୋ/ଭିଡିଓ ଭାଇରାଲ ହେବା ପରେ ଏବେ ପୁଣି ବରଗଡ଼ ପୁଲିସ ଜଣେ ଯୁବକଙ୍କୁ ପିଟିବା ଅଭିଯୋଗ ନେଇ ଭିଡିଓ ସୋସିଆଲରେ ଭାଇରାଲ ହେଉଛି।ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଅମିତ ସାହୁ ନାମକ ଜଣେ ଯୁବକଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହେଉଛି।ଯୁବକ ଜଣକ ମଦ ପିଇଥିଲେ ଏବଂ ପୁଲିସର କଲର ଧରି ଗାଳି କରିବା ପୁଲିସ କହୁଥିବା କୁହାଯାଉଛି।ଏଣେ ଡାକ୍ତରୀ ରିପୋର୍ଟ ଅନୁଯାୟୀ ସେ ମଦ ପିଇ ନଥିବା ଏବଂ ଯୁବକ ଜଣଙ୍କ ନୁହଁ ବରଂ ପୁଲିସ ତାଙ୍କୁ ଗାଳି ଗୁଲଜ କରିଥିବା ପ୍ରତ୍ୟକ୍ଷଦର୍ଶୀ କହୁଥିବା କୁହାଯାଉଛି।ପୁଲିସ ବାଇକ ଭାଙ୍ଗିଥିବା ନେଇ ମଧ୍ୟ ଅଭିଯୋଗ ଉଠୁଛି।ଏହାକୁ ନେଇ ସ୍ଥାନୀୟ ଲୋକ ବରଗଡ଼ ଟାଉନ ଥାନା ଘେରାଉ କରିଥିବା ଜଣା ପଡ଼ିଛି।ରାଜ୍ୟର ବିଭିର୍ଣ୍ଣ ସ୍ଥାନରେ ବିଭିର୍ଣ୍ଣ ଥାନାରେ ପୁଲିସ ନିଜ ଅଧିକାରର ଭୁଲ ବ୍ୟବହାର କରି ବାରମ୍ବାର ଆଇନର ଅବମାନନା କରୁଥିବା ଅଭିଯୋଗ ହେଉଛି।