Odiapua.com

ଇମରାନଙ୍କ ମହାଖୁଲାସା: ପାକିସ୍ତାନରେ ଏବେ ବି ଅଛନ୍ତି ୩୦ ରୁ ୪୦ ହଜାର ଆତଙ୍କବାଦୀ

ଓ୍ୱାଶିଂଟନ, ୨୪/୭ (ଓଡିଆ ପୁଅ/ପଙ୍କଜିନୀ ନାୟକ) : ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପାକିସ୍ତାନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଏବେ ବି ପାକିସ୍ତାନରେ ୩୦ ରୁ ୪୦ ହଜାର ଆତଙ୍କବାଦୀ ଅଛନ୍ତି ଏବଂ ସେମାନେ ବର୍ତ୍ତମାନ ଆଫଗାନିସ୍ତାନ ଓ କାଶ୍ମୀରରେ ପ୍ରଶିକ୍ଷଣ ନେଉଛନ୍ତି।

ଏହା ପୂର୍ବରୁ ସେ କହିଥିଲେ ଯେ, ପାକିସ୍ତାନରେ ୪୦ଟି ଆତଙ୍କୀ ସଂଗଠନ ଚାଲୁଛି। ଆମେରିକା ସାଂସଦଙ୍କୁ ସମ୍ବୋଧିତ କରିବା ସମୟରେ ସେ ଏହା କହିଥିଲେ। ଏହାଛଡା ୧୫ ବର୍ଷ ଧରି ଆମେରିକାକୁ ପାକିସ୍ତାନ ବୋକା ଵନଉଥିଲା ବୋଲି ମଧ୍ୟ ଇମରାନ କହିଥିଲେ।