Odiapua.com

ଏବେ ବି ବଞ୍ଚି ରହିଛି ପରମ୍ପରା, ପଣ୍ଡରିପାଣି ସ୍ଵର୍ଗତ ଗୌନ୍ତିଆ ଙ୍କ ଉତ୍ତରାଧିକାରୀ ଉପେନ୍ଦ୍ର ବରିହା ଙ୍କୁ ଗୌନ୍ତିଆ ଭାବେ ଅଭିଷେକ କଲେ ଗ୍ରାମବାସୀ

ବରଗଡ ୮-୬ (ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) : ଆଜି ମଧ୍ୟ କେତେକ ଗାଁ ରେ ପରମ୍ପରା ବଞ୍ଚି ରହିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ରାଜୁଡା ଶାସନ କାଳରେ ଜମିଦାର ଓ ଗୌନ୍ତିଆ ଶାସନ ପ୍ରଚଳିତ ଥିଲା। ଲୋକ ମାନେ ଗାଁ ର ଗୌନ୍ତିଆ ଓ ମୂଳକ ରେ ଜମିଦାର ଙ୍କ କଥା ମାନି ଚାଲୁଥିଲେ। ଗାଁ ରେ ଯାନିଯାତ୍ରା ପର୍ବ ପର୍ବାଣୀ ରେ ମଧ୍ୟ ଜମିଦାର ଓ ଗୌନ୍ତିଆଙ୍କ ମୂଖ୍ୟ ଭୂମିକା ନିର୍ବାହ କରୁଥିଲେ। ଏବଂ ଗାଁ ଲୋକଙ୍କ ଗାଳିଗୁଲଜ , ଦୁଃଖ ସୁଖ ରେ ଗୌନ୍ତିଆ ଓ ଜମିଦାର ସମାଧାନ କରୁଥିବା ସହ ଗୌନ୍ତିଆ ଓ ଜମିଦାର ଙ୍କ କଥା କୁ ଶିର୍ଷ ସ୍ଥାନ ରେ ରହି ପାଳନ କରୁଥିଲେ। ଜମିଦାର ହେଉ କି ଗୌନ୍ତିଆ ହେଉ ତାଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ଗୌନ୍ତିଆ ବଡ଼ ପୁଅଙ୍କୁ ଗୌନ୍ତିଆ ପଗଡ଼ି ( ପାଗା) ଦେଇ ଅଭିଷେକ କରାଯାଇଥାଏ। ଆଜି ମଧ୍ୟ ସେହି ପରମ୍ପରା ପ୍ରଚଳିତ ହେଉଥିବା ଦେଖିବାକୁ ମିଳିଛି। ପଦ୍ମପୁର ବ୍ଳକ ସର୍ଗିବାହାଲ ପଞ୍ଚାୟତ ପଣ୍ଡରିପାଣି ଯେଉଁ ଗାଁ କି ଝାଞ୍ଜ ପାହାଡ଼ ପାଦଦେଶରେ ଅବସ୍ଥିତ ଏକ ଛୋଟିଆ ଗାଁ ରେ ଆଦିବାସୀ ମାନେ ବସବାସ କରନ୍ତି। ଗାଁ ଗୌନ୍ତିଆ ନିରାକାର ବରିହା ଙ୍କ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ। ସ୍ଵର୍ଗତ ଗୌନ୍ତିଆ ଜଣେ ମେଲାପି ଓ ସରଳ ଲୋକ ଥିଲେ। ଗାଁ ର ସମସ୍ତ ଙ୍କର ସହ ମିଳିମିଶି ଦୁଃଖ ସୁଖ ରେ ସମଭାଗି ହେଉଥିଲେ। ତାଙ୍କର ବିୟୋଗରେ ଗାଁ ରେ ଶୋକ ର ଛାୟା ଖେଳିଯାଇଥିଲା। ଗାଁ ର ଲୋକେ ତାଙ୍କୁ ଗୌନ୍ତିଆ ଭାବେ ସମ୍ମାନ ଦେଇ ମାନିଚଳୁଥିଲେ। ମୃତ୍ୟୁ ପରେ ତାଙ୍କ ପୁଅ ଉପେନ୍ଦ୍ର ବରିହା ଙ୍କୁ ପରମ୍ପରା ଅନୁଯାୟୀ ଗ୍ରାମ ବାସୀ ଗୌନ୍ତିଆ ଭାବେ ଉପେନ୍ଦ୍ର ଙ୍କ ପଗଡ଼ି ଓ ଉତ୍ତରୀୟ ଦେଇ ଅଭିଷେକ କରିଥିଲେ। କରୋନା କଟକଣା ନିୟମ ଅନୁସାରେ ଗ୍ରାମ ବାସୀ ଗୌନ୍ତିଆ ଭାବେ ଉପେନ୍ଦ୍ର ଙ୍କୁ ଫୁଲ ଚନ୍ଦନ ପଗଡ଼ି ଅର୍ପଣ କରିଥିଲେ। ଅନୁଷ୍ଠିତ ଅଭିଷେକ କାର୍ଯ୍ୟ କ୍ରମ ରେ ସୁରେନ୍ଦ୍ର ବରିହା , ୱ।ଡମେମର ଲବସୁନା , ପରମେଶ୍ଵର ମାହାର , ଯଯାତି କେଶରୀ ଭୋଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମ୍ପଦ ବରିହା , ଚିତ୍ରାଙ୍ଗଦା ସୁନା , ଜନ୍ମ ଭୂଏ ପ୍ରମୁଖ ସହଯୋଗ କରିଥିଲେ।