ଭୁବନେଶ୍ୱର/ଭଦ୍ରକ: ସବୁ ଭୁଲ ବୁଝାମଣାର ଅନ୍ତ ଘଟିଲା। ଚକ୍ରାନ୍ତକାରୀଙ୍କ ଷଡ଼ଯନ୍ତ୍ର ଧରାପଡିଲା। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନଗୁଆଁ ପଞ୍ଚାୟତର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପୂର୍ବତନ ଜିଲ୍ଲା ବିଜେପି ସମ୍ପାଦିକା ଜୟସ୍ମିତା ଗୋଚ୍ଛାୟତ ଦଳର ମୁଖ୍ୟସ୍ରୋତରେ ସାମିଲ ହେଲେ। ଏହା କହିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀର ନେତା ବଦ୍ରୀ ନାରାୟଣ ଧଳ। ତେବେ ଏଠି ପ୍ରଶ୍ନ ଉଠୁଛି, ଭୁଲ୍ ବୁଝାବଣା କେଉଁଠି ଥିଲା, ଆଉ କିଏ ସେ ଷଡ଼ଯନ୍ତ୍ରକାରୀ, କିଏ ସେ ଚକ୍ରାନ୍ତକାରୀ, ଯିଏ ଧରାପଡ଼ିଲା?
-/DevDr