Odiapua.com

ଧୋନିଙ୍କୁ ଅନୁସରଣ କଲେ ସୁରେଶ ରାଇନା – ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଲେ

ନୂଆ ଦିଲ୍ଲୀ ୧୫-୮ (ଓଡ଼ିଆ ପୁଅ) ଏମଏସ ଧୋନିଙ୍କୁ ଅନୁସରଣ କରିଛନ୍ତି କ୍ରିକେଟ ଖେଳାଳି ସୁରେଶ ରାଇନା।

ଏମଏସ ଧୋନି ଅବସର ଘୋଷଣା କରିବାର ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଭାରତୀୟ କ୍ରିକେଟର ସୁରେଶ ରାଇନା ମଧ୍ୟ ଅବସର ଘୋଷଣା କରିଛନ୍ତି। ଧୋନିଙ୍କ ପରି ସୋସିଆଲ ମିଡିଆରେ ମଧ୍ୟ ରାଇନା ଅବସର ଘୋଷଣା କରିଛନ୍ତି।