Odiapua.com

ସୁନ୍ଦରୀ ଆତଙ୍କ;ଅନୁଗୁଳ ହିଂସା:ବିଜେପି ଜିଲ୍ଲା ସଭାପତି ଗିରଫ

ଭୁବନେଶ୍ୱର;୨୮,ଅକ୍ଟୋବର:ବାଘୁଣୀ ସୁନ୍ଦରୀ ଆତଙ୍କ ଯୋଗୁଁ ଅନୁଗୁଳରେ ବନ୍ଦ ପାଳନ ବେଳେ ଘଟିଥିବା ହିଂସା ଘଟଣାରେ ପୁଲିସ ଶନିବାର ରାତିରେ ଅନୁଗୁଳ ବିଜେପି ଜିଲ୍ଲା ସଭାପତି ଭାଗିରଥି ପ୍ରଧାନକୁ ଭୁବନେଶ୍ୱରରୁ ଉଠାଇ ନେଇଛି।ସୂଚନାଯୋଗ୍ୟ ଯେ ବାଘୁଣୀ ସୁନ୍ଦରୀର ଆତଙ୍କରେ ଅନୁଗୁଳ ଅଞ୍ଚଳରେ ଭୟର ବାତାବରଣ ହୋଇଯାଇଥିଲା।ଏହାର ପ୍ରତିବାଦରେ ଅନୁଗୁଳ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ଘଟିଥିଲା।ପୁଲିସ ଉପରକୁ ଢେଲାମାଡ଼ ସହ ଗାଡ଼ି ଜାଳି ଦିଆଯାଇଥିଲା।ଏଥିରେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ।ପରେ ହିଂସାକାଣ୍ଡ କରିଥିବା ଅଭିଯୋଗରେ ପୁଲିସ ଅନୁଗୁଳ ବିଜେପିର କିଛି କାର୍ଯ୍ୟକର୍ତ୍ତା ଆଦି ୨୮ ଜଣଙ୍କୁ ଗିରଫ କରିଥିଲା।ତେବେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଭାଗିରଥି ଘଟଣା ପରେ ଫେରାର ଥିଲେ।ତେବେ ଶନିବାର ରାତିରେ ପୁଲିସ ତାଙ୍କୁ ଭୁବନେଶ୍ଵରରୁ ଉଠାଇ ନେଇଥିବା ଜଣାପଡ଼ିଛି।/ଦେବଦତ୍ତ

Anugul