Odiapua.com

ସୁବାସ ଚୌହାନ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ

ଭୁବନେଶ୍ୱର:ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ ନେତା ସୁବାସ ଚୌହାନଙ୍କୁ ବିଜେଡି ବଡ଼ ଦାୟିତ୍ୱ ଦେଇଛି।ସୁବାସଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ କରାଯିବା ସହ କଳାହାଣ୍ଡି,ବଲାଙ୍ଗୀର,ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲା ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବାସଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ବୋଲି ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି।//ଦେବଦତ୍ତ