Odiapua.com

ଷ୍ଟେଟବ୍ୟାଙ୍କ ଓ ପୁଲିସ ସହାୟତାରେ ଜଳଛତ୍ର

ନୟାଗଡ଼, ୭ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟଶାଖା, ପୁଲିସ ପ୍ରଶାସନ ଓ ବରିଷ୍ଠ ନାଗରିକଙ୍କ ମିଳିତ ଆନୁକୂଲ୍ୟରେ ପୁରୁଣା ସିଭିଲ୍କୋର୍ଟ ପାଖରେ ଏକ ଜଳଛତ୍ର ଖୋଲାଯାଇଛି। ଏହି ଜଳଛତ୍ରକୁ ଏସ୍ ପି ଆଶିଷ କୁମାର ସିଂ ଉଦ୍ଘାଟନ କରିଥିବାବେଳେ ଷ୍ଟେଟବ୍ୟାଙ୍କର ମୁଖ୍ୟଶାଖାର ମୁଖ୍ୟ ପରିଚାଳକ ସୌରଭ ରଥଙ୍କ ମୁଖ୍ୟ ପୃଷ୍ଠପୋଷକତାରେ ଏହି ଜଳଛତ୍ର ଖୋଲାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଂଚର ସଭାପତି ଭଗବତୀ ପଟ୍ଟନାୟକ, ନିରଂଜନ ମିଶ୍ର, ଧନେଶ୍ୱର ପ୍ରଧାନ, ବିଦ୍ୟାଧର ଆଚାର୍ଯ୍ୟ, ବିଶ୍ୱନାଥ ନାୟକ, ଗୋଦାବରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜଳଛତ୍ରରେ ପ୍ରତ୍ୟେକ ଦିନ ଅନ୍ୟୁନ ୫ଶହ ଲୋକଙ୍କ ପାଇଁ ଦହିପାଣିର ବ୍ୟବସ୍ଥା ସହ ସ୍ୱଚ୍ଛ ଜଳଯୋଗାଣର ବ୍ୟବସ୍ଥା ହେବାପାଇଁ କୁହାଯାଇଛି। ଏପରି ଏକ ମହତ୍ କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।