Odiapua.com

ଦେଶରେ ୬୬, ୯୯୯ ନୂଆ କରୋନା ଆକ୍ରାନ୍ତ, ୯୪୨ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୭, ୦୩୩ କୁ ବୃଦ୍ଧି

ନୂଆ ଦିଲ୍ଲୀ ୧୩-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୬, ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩, ୯୬, ୬୩୮ କୁ ବୃଦ୍ଧି ପାଇଛି ଏବଂ ୬, ୫୩, ୬୨୨ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୬, ୯୫, ୯୮୨ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪୭, ୦୩୩ କୁ ବୃଦ୍ଧି ପାଇଛି।