ଭୁବନେଶ୍ୱର: ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା “ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ପାଳନ ଅବସରରେ ଦେଶବ୍ୟାପୀ ତଥା ରାଜ୍ୟରେ ବିଭିନ୍ନ ସ୍ଥାନରେ “ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମାବେଶ” ଆୟୋଜିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷ୍ଣୁପୁର ଠାରେ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଉପାଧ୍ୟକ୍ଷା ଶକୁନ୍ତଳା ସାମଲଙ୍କ ସଂଯୋଜନାରେ ଏକ ମହିଳା ସମାବେଶ ଆୟୋଜିତ ହୋଇଯାଇଛି। ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ ଏବଂ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ପ୍ରମୂଖ ଯୋଗଦେଇ ମୋଦୀ ସରକାରଙ୍କ ମହିଳାଙ୍କ ପାଇଁ ଉପଲବ୍ଧି ବିଭିନ୍ନ ଯୋଜନା ବାବଦରେ ଉପସ୍ଥିତ ଥିବା ମହିଳାଙ୍କୁ ଅବଗତ କରାଇଥିଲେ।
/-Dr